ଓଡ଼ିଆ ଗଳ୍ପକଳା ସଂସ୍କୃତି ଓ ସାହିତ୍ୟମନୋରଞ୍ଜନସ୍ୱତନ୍ତ୍ର

ଉତ୍ତୀର୍ଣ୍ଣ ସନ୍ଧ୍ୟାର ଔଦ୍ଧତ୍ୟ ଯୌବନ

ଉତ୍ତୀର୍ଣ୍ଣ ସନ୍ଧ୍ୟାର
ଔଦ୍ଧତ୍ୟ ଯୌବନ
ମାଦକତା ରୋମାଞ୍ଚିତ |
ବିଦାରିତ ମନ
ସର୍ବଦା ବ୍ୟାପୃତ
ରୁଦ୍ଧିମନ୍ତ ଅନାସକ୍ତ ||||
ଅନାହୂତ ତୁମ
ସମ୍ପର୍କର ସେତୁ
ନଦୀ ସ୍ରୋତେ ପ୍ରଭାବିତ |
ଅବଷର୍ଣ୍ଣ ବୁକୁ
ଆଶଙ୍କା ଜଡିତ
ପ୍ରେମାନଳେ ପ୍ରତାରିତ ||||
ମଉଳା ବସନ୍ତ
ବେଦନା ବିଧ୍ବସ୍ତ
ବୈଶାଖୀର ଆକ୍ରମଣେ |
ଜୀବନ ଯୁଦ୍ଧରେ
ତାରୁଣ୍ୟ ପିଡିତ
ଅନ୍ତର ନିଭୃତ କୋଣେ ||||
ତୁମେ ମମତ୍ବର
ମନ୍ଦାକିନୀ ଧାରା
ସୌନ୍ଦର୍ଯ୍ୟର ଗନ୍ତାଘର |
ଅସଂଖ୍ୟ ଆଶାର
ଅନେକ ଭାବନା
ବିଗତ ସ୍ମୃତିର ସ୍ବର ||||

 

ଅଭୟ କୁମାର ଲେଙ୍କା

Show More

Related Articles

Back to top button