ଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

୧୮ରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୯ରେ ଏହା ଲଘୁଚାପ ରୂପ ନେଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୨ ଯାଏ ତମାମ ରାଜ୍ୟରେ ବର୍ଷା ହେବ । ଉପକୂଳରେ ଭାରି ବର୍ଷା ଆଶଙ୍କା ଅଛି । ଏହି ଲଘୁଚାପ ଓଡିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ୩ରୁ ୪ ଦିନ ପର୍ଯ୍ୟନ୍ତ ରହିବ । ଫଳରେ ସାରା ରାଜ୍ୟରେ ବର୍ଷା ହେବ । ୧୮ ତାରିଖରୁ ଉପକୂଳରେ ପାଗ ବଦଳିବ । ସକ୍ରିୟ ମୌସୁମୀ ଓ ଆଗକୁ ଆସୁଥିବା ଲଘୁଚାପ ଯୋଗୁ ବର୍ଷା ଲାଗି ରହିବ । ଆସନ୍ତା ୧୦ ଦିନରେ ହାରାହାରି ୧୨୦ରୁ ୧୫୦ ମିଲିମିଟର ବର୍ଷା ସମ୍ଭାବନା ଅଛି ।

Show More

Related Articles

Back to top button