ଓଡ଼ିଶାମନୋରଞ୍ଜନସେଲିବ୍ରିଟି

ଆଦିପୁରୁଷକୁ ନେଇ ଥମୁନି ବିବାଦ,ପୁଣି ବଦଳିଲା ରିଲିଜ୍ ଡେଟ୍

ଆଦିପୁରୁଷକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏହି ଫିଲ୍ମର ରିଲିଜ ଡେଟକୁ ୬ ମାସ ପାଇଁ ପଛକୁ ଘୁଞ୍ଚାଇ ଦିଆଯାଇଛି । ଟେକ୍‌ନିକାଲ୍ ଟିମ୍‌ଙ୍କର ଫିଲ୍ମଟିରେ କିଛି କାମ ବାକି ରହିଛି, ଯାହା ପୂରା ହେବା ପରେ ଯାଇ ଫିଲ୍ମଟି ମୁକ୍ତିଲାଭ କରିବ ବୋଲି ମିର୍ମାତାଙ୍କ ପକ୍ଷରୁ ସୂଚନା ମିଳିଛି ।

ନିକଟରେ ‘ଆଦିପୁରୁଷ’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜର୍ ଦେଖି ଲୋକେ ତାହାର ଆନିମେସନ୍ ଓ ଭିଜୁଆଲ୍ ଇଫେକ୍ଟକୁ ନେଇ ଖୁବ୍ ଟ୍ରୋଲ୍ କରିଥିଲେ। ଏହି କାରଣରୁ ନିର୍ମାତା ଫିଲ୍ମଟି ଉପରେ ଆଉ କିଛି ଦିନ କାମ କରିବା ପାଇଁ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଫିଲ୍ମଟି ପୂର୍ବରୁ ୨୦୨୩ ଜାନୁଆରି ୧୨ରେ ରିଲିଜ ହେବାକୁ ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେ ୬ ମାସ ପାଇଁ ହୋଲ୍ଡ କରିଦିଆଯାଇଛି।

ସୂଚନା ମୁତାବକ, ଏହି ଫିଲ୍ମ ଆଗାମୀ ବର୍ଷ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ।

 

Show More

Related Articles

Back to top button