ସ୍ୱାସ୍ଥ୍ୟ

ଘରେ ପରୀକ୍ଷା କରି ଜଣାନ୍ତୁ ଆପଣ ଖାଉଥିବା ଦୁଗ୍ଧ ଶୁଦ୍ଧ କି ନାହିଁ?

ଆସନ୍ତୁ ପଢିବା ଓ ଜାଣିବା କିପରି ଏହା ପରୀକ୍ଷା କରିବା-

ଦୁଗ୍ଧକୁ ଗୋଟିଏ ସମ୍ପୂର୍ଣ ଆହାର କୁହାଯାଏ ,କିନ୍ତୁ ଏହି ସମ୍ପୂର୍ଣ ଏହାର ସେତେବେଳେ ବିପଦ ଯୁକ୍ତ ହୋଇଯାଅ ଯେତେବେଳେ ଏଥିରେ ବିଭିନ୍ନ ପ୍ରକାରର ଜିନିଷ ମିଶାଇ ଏହାର ଶୁଦ୍ଧତାକୁ କମ କରି ଦିଆଯାଏ l ଅଧିକାଂଶ ସମୟ ଏପରି ହୋଇଥାଏ ଦୁଗ୍ଧରେ କେବଳ ପାଣି ନୁହେଁ ଅନେକ ପ୍ରକରର ଜିନିଷ ମିଶାଯାଏ ,କାରଣ ଏହାର ମାତ୍ରାକୁ ବଢାଇବା ପାଇଁ ରାସାୟନିକ ଜିନିଷ ମିଶାଯାଇ ଥାଏ l ଏହା କେବଳ ଆପଣଙ୍କୁ ରୋଗଗ୍ରସ୍ତ କରେ ନାହିଁ ଆପଣଙ୍କ ଶିଶୁ ମାନଙ୍କର ବିକାଶରେ ବାଧକ ସାଜେ l ଆସନ୍ତୁ ଜାଣିବା କିପରି ମିଶ୍ରିତ ଯୁକ୍ତ ଦୁଗ୍ଧାକୁ ଜାଣିବା l

ଏହିପରି ଭାବରେ କରନ୍ତୁ ଯାଞ୍ଚ –

ପାଣି -ଗାଡି ଯାଉଥିବା ସ୍ଥାନରେ ଦୁଗ୍ଧର ଗୋଟିଏ ବୁନ୍ଦା ପକାନ୍ତୁ l ଶୁଦ୍ଧ ଦୁଗ୍ଧର ବିନ୍ଦୁ ଧୀରେ ଧୀରେ ଗୋଟିଏ ଧଳା ଗାର ଆକାରରେ ତଳକୁ ଗଡିବାକୁ ଲାଗିବ ,କିନ୍ତୁ ପାଣି ମିଶା ଯାଇଥିବା ଦୁଗ୍ଧ ବୁନ୍ଦା କୌଣସି ଦାଗ ନଛାଡି ବହିଯିବ l

ଷ୍ଟାର୍ଚ୍ଚ -ଲୋଡ଼ିଂ ସଲ୍ୟୁସନର କିଛି ବୁନ୍ଦା ଦୁଗ୍ଧରେ ପକାନ୍ତୁ ଯଦି ଏହା ନୀଳ ରଙ୍ଗ ହୋଇଯିବ ତେବେ ଜାଣିବେ ଦୁଗ୍ଧରେ ଷ୍ଟାର୍ଚ୍ଚ ମିଶିଛି l

ୟୁରିଆ -ଗୋଟିଏ ଚାମଚ ଦୁଗ୍ଧାକୁ ଗୋଟିଏ ଟେଷ୍ଟଟ୍ୟୁବରେ ପକାନ୍ତୁ l ସେଥିରେ ଅଧଚାମଚ ସୋୟାବିନ ଗୁଣ୍ଡ କିମ୍ବା ହରଡ ଦଳି ଗୁଣ୍ଡ ପକାନ୍ତୁ l ଏହାକୁ ଭଲ ଭାବରେ ମିଶାଇ ନିୟନ୍ତୁ l ୫ ମିନିଟ ପରେ ଖଣ୍ଡିଏ ଲାଲ ଲିଟମସ ପେପର ପକାନ୍ତୁ l ୫ ମିନିଟ ପରେ ଦେଖିବେ ଏହି ପେପର ଖଣ୍ଡଟି ନୀଳ ହୋଇଯିବ ତେବେ ଦୁଗ୍ଧରେ ୟୁରିଆ ମିଶିଛି l

ଡିଟରଜେଣ୍ଟ -୧୦ ମି.ଲି ଦୁଗ୍ଧ ନେଇ ତାହାକୁ ସମ ପରିମାଣ ପାଣିରେ ମିଶାନ୍ତୁ l ଦୁଇଟିଯାକକୁ ଭଲରେ ହଳନ୍ତୁ ଯଦି ଫେଣ ବାହାରିଲା ତେବେ ଜାଣିବେ ଡିଟରଜେଣ୍ଟ ମିଶା ଯାଇଛି l

ସିନ୍ଥେଟିକ ଦୁଗ୍ଧ -ସିନ୍ଥେଟିକ ଦୁଗ୍ଧର ସ୍ୱାଦ ଖାରିଆ ଲାଗିଥାଏ ,ଆଙ୍ଗୁଠିରେ ନେଇ ରଗଡିବା ଦ୍ୱାରା ସାବୁନ ଭଳି ଲାଗିଥାଏ ଓ ଗରମ କଲେ ହଳଦିଆ ଦେଖାଯାଏ l

Show More

Related Articles

Back to top button