ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପାଳଙ୍ଗ ଶାଗର ଔଷଧୀୟ ଗୁଣ

ପାଳଙ୍ଗ ଶାଗକୁ ପ୍ରାୟ ସମସ୍ତେ ଜାଣନ୍ତି l ଏହା ଗୋଟିଏ ଶୀତଦିନିଆ ଫସଲ ଅଟେ କିନ୍ତୁ ଆଜିକାଲି ପ୍ରାୟ ସବୁବେଳେ ବଜାରରେ ଦେଖିବାକୁ ମିଳୁଛି l ତେଣୁ ସେ ବିଷୟରେ ଜଣାଇବାର ବିଶେଷ ଆବଶ୍ୟକତା ନାହିଁ l କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ l ଆସନ୍ତୁ ସେ ବିଷୟରେ ଜାଣିବା

ରକ୍ତ ହୀନତା -ପାଳଙ୍ଗରେ ଅଧିକ ପରିମାଣରେ ଆଇରନ ଥାଏ l ତେଣୁ ପାଳଙ୍ଗ ପତ୍ର ରସ ସହିତ ସେଓ ଫଳର ରସକୁ ମିଶାଇ କିଛିଦିନ ସେବନ କଲେ ରକ୍ତରେ ହେମୋଗ୍ଲୋବିନର ମାତ୍ର ବୃଦ୍ଧି ପାଇଥାଏ l

କିଡ୍ନୀ ଷ୍ଟୋନ -ନିୟମିତ ରୂପେ ସକାଳେ ଖାଲି ପେଟରେ ପାଳଙ୍ଗ ରସ ପିଇବା ଦ୍ୱାରା କିଡ୍ନୀ ଷ୍ଟୋନ ମିଳାଇ ଯାଇ ପରିସ୍ରାରେ ବାହାରି ଆସେ l ତେଣୁ ଏକ କପ ପାଳଙ୍ଗ ରସ ସହିତ ନଡ଼ିଆ ପାଣି ଏକ କପ ମିଶାଇ ଦୁଇ ମାସ ପିଅନ୍ତୁ ଏପରି ପିଇବା ଦ୍ୱାରା ଆରାମ ପାଇବେ l

ଗଳା ରୋଗ -ଗଳା ରୋଗ ଅଧିକ ଥଣ୍ଡା ଦ୍ୱାରା ହୋଇଥାଏ l ଯେପରିକି ତଣ୍ଟି ଦରଜ ,ତଣ୍ଟି ବସିଯିବା ଇତ୍ୟାଦି l ଏହି ରୋଗ ପାଇଁ ପାଳଙ୍ଗ ପତ୍ର ରସକୁ ଉଷୁମ ପାଣିରେ ମିଶାଇ ଲୁଣ ପକାଇ କୁଳି କରିବା ଦ୍ୱାରା ସମସ୍ତ ପ୍ରକାରର ଗଳା ରୋଗରୁ ଆରାମ ମିଳିବ l

ପରିସ୍ରା ପୋଡା -ପାଳଙ୍ଗ ରସକୁ ପାଣିରେ ଗୋଳାଇ ମିଶିରୀ ଗୁଣ୍ଡ ମିଶାଇ ତିନିଦିନ ରୁ ଚାରିଦିନ ପିଅନ୍ତୁ ଦେଖିବେ ନିୟମିତ ପିଇବା ଦ୍ୱାରା ଆଉ ପରିସ୍ରା ପୋଡା ଦେଖାଯିବ ନାହିଁ l

କଫ ରୋଗ -ସାଧାରଣତଃ ଥଣ୍ଡା ହେଲେ ଛାତିରେ କଫ ଜମିଯାଏ l ଏପରି ହେଉଥିଲେ ପାଳଙ୍ଗ ପତ୍ର ରସ ଅଧା କପ ନେଇ ସେଥିରେ କିଛି ମାତ୍ରାର ଗୋଲ ମରିଚ ଗୁଣ୍ଡ ଓ ଲୁଣ ପକାଇ ଉଷୁମ ଉଷୁମ ପିଇଲେ କଫ ତରଳି ବାହାରି ଆସିବ l

Show More

Related Articles

Back to top button