ମନୋରଞ୍ଜନ

ମା ହେବାକୁ ଯାଉଛନ୍ତି ନେହା କକ୍କର

ବିବାହର ମାତ୍ର ଦୁଇମାସ ଭିତରେ ସୋସିଆଲ ମିଡିଆରେ ସେୟାର କଲେ ବେବି ବମ୍ପ ଫଟୋ

ବଲିଉଡ ସିଙ୍ଗର ନେହା କକ୍କର ନିକଟରେ ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ନେହା ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। ରୋହନପ୍ରୀତଙ୍କ ସହ କ୍ୟୁଟ୍ ଫଟୋ ସେୟାର କରି ନେହା ଏବିଷୟରେ ସୂଚନା ଦେଇଛନ୍ତି। ଫଟୋରେ ନେହା ବ୍ଲ୍ୟୁ ଡେନିମ୍ ଡଙ୍ଗରୀରେ ନଜର ଆସୁଛନ୍ତି। ଏହି ଫଟୋରେ ସେ ନିଜ ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ନେହା କ୍ୟାପସନରେ ଲେଖିଛନ୍ତି – ‘#khayarakhyakar#’

ନେହା କକ୍କରଙ୍କ ଗର୍ଭାବସ୍ଥା ଖବରକୁ ତାଙ୍କ ପ୍ରଶଂସକ ବିଶ୍ବାସ କରିପାରୁ ନାହାନ୍ତି। ନେହା ପାଖାପାଖି ୨ମାସ ତଳେ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି।ପ୍ରଥମେ ହଠାତ୍ ବିବାହ ଘୋଷଣା କରି ନେହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ଗର୍ଭବତୀ ଥିବାର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।ନେହା କକ୍କର ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ।

Tags
Show More

Related Articles

Back to top button
Close