Breaking PLUSଦେଶମୁଖ୍ୟ ଖବର

ପାକିସ୍ତାନରେ ମତଦାନ କେନ୍ଦ୍ର ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼

ଇସଲମାବାଦ, 7 ଫେବୃଆରୀ – ପାକିସ୍ତାନରେ ଆତଙ୍କବାଦୀମାନେ ଫେବୃୟାରୀ 8 ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ବେଲୁଚିସ୍ତାନର କ୍ୱେଟା ଓ ଗ୍ୱାଦରରେ ଅନେକ ମତଦାନ କେନ୍ଦ୍ର ଓ ପ୍ରାର୍ଥୀଙ୍କ ଘର ଉପରକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ମକରାନ ଡିଭିଜନ ଓ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପ୍ରାର୍ଥୀଙ୍କ ଘର ଉପରେ ନିର୍ବାଚନ କାର୍ଯ୍ୟାଳୟ ଓ ମତଦାନ କେନ୍ଦ୍ର ସମେତ 9ଟି ସ୍ଥାନ ଉପରେ ଗ୍ରେନେଡ୍ ମାଡ କରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ବାଇକରେ ବସି କିଛି ବ୍ୟକ୍ତି କ୍ୱେଟାର ବାହାର ଅଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ଉପରେ ଗ୍ରେନେଡ ମାଡ କରିଥିଲେ । ଗ୍ରେନେଡ ସ୍କୁଲ କଡିଆରେ ଫାଟିଥିଲା । ଏଥିରେ ଝରକା କ୍ଷତିଗ୍ରସ୍ତ ହୋଇଛି । ସେହିପରି ବାଗ ବଜାର ସରକାରୀ ସ୍କୁଲ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

Show More

Related Articles

Back to top button