Breaking PLUSଦେଶମୁଖ୍ୟ ଖବରରାଜନୀତି

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ଭାବେ ପଙ୍କଜ ଝାଙ୍କୁ ନିଯୁକ୍ତି

ରାୟପୁର, 7 ଫେବୃଆରୀ – ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁ ଦେବ ସାଏଙ୍କ ମିଡିଆ ପରାମର୍ଶଦାତା ଭାବେ ପଙ୍କଜ କୁମାର ଝାଙ୍କୁ ନିଯୁକ୍ତ କରାଯାଇଛି । ପଙ୍କଜ ଝା, ବିଜେପି ନୀତି ଏବଂ ଅନୁସନ୍ଧାନ ସଂସ୍ଥାନର ସଦସ୍ୟ ଅଟନ୍ତି । ନିଯୁକ୍ତି ପରେ ପଙ୍କଜ ଝା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।
ପ୍ରଶାସନ ପକ୍ଷରୁ ଏହି ସମ୍ବନ୍ଧରେ ମଙ୍ଗଳବାର ବିଳମ୍ବିତ ରାତିରେ ନିର୍ଦ୍ଦେଶ ଜାରି କରାଯାଇଛି । ତାଙ୍କୁ ବିଶେଷ ସଚିବର ସମକକ୍ଷ ମାନତ୍ୟ ଦିଆଯାଇଛି । ସେ ମୁଖ୍ୟମନ୍ତ୍ରୀଙ୍କୁ ମିଡିଆ ସମ୍ବନ୍ଧିତ ପରାମର୍ଶ ଦେବେ । ଆଦେଶ ମୁତାବକ ଶାସନ ପକ୍ଷରୁ ତାଙ୍କୁ ପ୍ରତିମାସରେ 1ଲକ୍ଷ 20ହଜାର ଟଙ୍କା ଦିଆଯିବ ।

Show More

Related Articles

Back to top button