Breaking PLUSଦେଶମୁଖ୍ୟ ଖବର

ପୁଞ୍ଚ୍‌ ଜିଲ୍ଲାରେ ଆତଙ୍କବାଦୀ ଦମନ ଅଭିଯାନ

ଜଣେ ସେନା ଅଧିକାରୀ ଓ ଯବାନ୍‌ ଆହତ

ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଆତଙ୍କବାଦୀ ଦମନ ଅଭିଯାନ ସମୟରେ ଜଣେ ସେନା ଅଧିକାରୀ ଓ ଯବାନ୍‌ ସାଙ୍ଘାତିକ ଆହତ ହୋଇଛନ୍ତି ।  ୫ଜଣ ନିରାପତ୍ତା କର୍ମଚାରୀଙ୍କୁ ହତ୍ୟା କରାଯିବାର ୪ ଦିନ ପରେ ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଜାରି ରହିଥିବା ଗୁଳି ବିନିମୟ ବୁଧବାର ସନ୍ଧ୍ୟା ବେଳେ ପୁଞ୍ଚ୍‌-ରାଜୌରି ଜଙ୍ଗଲରେ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଯୋଗୁ ଜମ୍ମୁ -ପୁଞ୍ଚ୍‌-ରାଜୌରି ରାଜପଥ ଏବେ ବନ୍ଦ ରହିଛି।

ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତ୍ରୀରେ ଯେଉଁ ଆତଙ୍କବାଦୀ ଦଳ ନିରାପତ୍ତା ବଳଙ୍କ ଉପରେ ଗୁଳି ଚଳାଇଥିଲେ ଏବେ ସେହି ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ୧୦ ତାରିଖ ଦିନ ପୁଞ୍ଚ୍‌ ଜିଲ୍ଲାର ସୁରନକୋଟ୍‌ ଅଞ୍ଚଳର ଡେରା କି ଗଲି ଅଞ୍ଚଳରେ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ଏବଂ ୪ଜଣ ଯବାନ ସହିଦ ହୋଇଥିଲେ ।

ସେନାର ଜଣେ ମୁଖପାତ୍ର କହିଛନ୍ତି, ପୁଞ୍ଚ୍‌ ଜିଲ୍ଲାର ମେନ୍ଧର୍‌ ସବ୍‌ ଡିଭିଜନ୍‌ ଅନ୍ତର୍ଗତ ନର୍‌ଖାସ୍‌ ଅରଣ୍ୟ ଅଞ୍ଚଳରେ ଚାଲିଥିବା ଏହି ଆତଙ୍କବାଦୀ ମୁକାବିଲା ଅଭିଯାନରେ ଅକ୍ଟୋବର ୧୪ ସନ୍ଧ୍ୟା ସମୟରୁ ସେନା ଯବାନ୍‌ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ଗୁଳି ବିନିମୟ ସମୟରେ ଜଣେ ଜେସିଓ ଏବଂ ଜଣେ ଯବାନ୍‌ ସାଙ୍ଘାତିକ ଆହତ ହୋଇଛନ୍ତି । ଅଭିଯାନ ଏବେ ମଧ୍ୟ ଚାଲିଥିବା ଜଣାପଡିଛି ।

Show More

Related Articles

Back to top button