Breaking PLUSଅପରାଧଦେଶବଲିଉଡମୁଖ୍ୟ ଖବରସେଲିବ୍ରିଟି

ପୁଅ ପାଇଁ ଓକିଲ ବଦଳାଇଲେ ଶାହାରୁଖ!

ସଲମାନଙ୍କ ଓକିଲ ଅମିତ ଦେଶାଇ ଲଢିବେ ମାମଲା

ଗତକାଲି ଆରୟନଙ୍କୁ ଜାମିନ ଦେବା ଉଚିତ ହେବ ନାହିଁ ବୋଲି ଏନସିବି ପକ୍ଷରୁ କୁହାଯିବା ପରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଏଥିରେ ଆରୟନଙ୍କ ଓକିଲ ମାନେସିନ୍ଧେଙ୍କ କୌଣସି ଯୁକ୍ତି କାମ କରିନଥିଲା । ତେବେ ଶାହାରୁଖ ପୁଅ ପାଇଁ ମାନେସିନ୍ଧେଙ୍କୁ  ବଦଳାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି ।

କୁହାଯାଉଛି କିଙ୍ଗ୍ ଖାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସଲମାନ୍ ଖାନ୍ । ଜୁନିଅର କିଙ୍ଗ ଖାନ୍ ଆରୟନଙ୍କ ପାଇଁ ଏଥର ସଲମାନଙ୍କ ଓକିଲ ଅମିତ ଦେସାଇ ଲଢିବେ । ସୂଚନା ମୁତାବକ, ଗତ ୧୧ ତାରିଖରେ ଅମିତ ଆରୟନଙ୍କୁ ଭେଟିବାକୁ ଜେଲ ଯାଇଥିଲେ । ଆରୟନ ସପ୍ତାହେ ହେବ ଜେଲରେ ଅଛନ୍ତି । ବେଲ୍ ମିିଳିବା କୌଣସି ଯାଞ୍ଚ ଉପରେ ନିର୍ଭର କରେନାହିଁ । ତେଣୁ ଏହା ଉପରେ କୌଣସି ଯୁକ୍ତି କରିବାକୁ ଚାହୁଁନାହିଁ । ବରଂ ତାରିଖ ପାଇଁ ଯୁକ୍ତି କରୁଛି ବୋଲି କହିଥିଲେ ଅମିତ ।

ତେବେ ଆରୟନଙ୍କ ଠାରୁ ସେପରି କିଛି ପ୍ରମାଣ ମିଳିନାହିଁ ତଥାପି ଯଦି ଯାଞ୍ଚ ପାଇଁ ଏନସିବି ଆଉ ସପ୍ତାହେ ସମୟ ମାଗୁଛି ତେବେ ଏନସବିକୁ ଫ୍ୟାକ୍ଟ ଦେଖାଇବାକୁ ପଡିବ ବୋଲି କହିଛନ୍ତି ଅମିତ ଦେସାଇ । ଗତ ୧୧ ତାରିଖରେ ଥିବା ଶୁଣାଣିରେ ଆରୟନଙ୍କ ଜାମିନ ଆବେଦନକୁ ଏନଡିପିଏସ୍ କୋର୍ଟ ଖାରଜ କରିବା ପରେ ଆଜି ୨.୩୦ରେ ପୁଣି ଏହା ଉପରେ ଶୁଣାଣି ହେବ । ଏଥିରେ ଅମିତ ଆରୟନଙ୍କ ପାଇଁ ଲଢିବେ ବୋଲି କୁହାଯାଉଛି ।

ଅମିତ ଦେସାଇ ୨୦୧୫ରେ ସଲମାନ ଖାନଙ୍କ ହିଟ ଆଣ୍ଡ୍ ରନ୍ କେସ୍ ଲଢିଥିଲେ । ଏହି ମାମଲାରେ ନିମ୍ନ କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିବାବେଳେ ଏହାକୁ ଚ୍ୟାଲେଂଜ କରିଥିଲେ ଅମିତ । ଏଥିରେ ଅମିତଙ୍କର ବିଜୟ ହୋଇଥିଲା । ସେତେବେଳେ ସଲମାନଙ୍କୁ ୩୦ ହଜାର ଟଙ୍କା ମୁଚାଲିକା ବଦଳରେ ଜାମିନ ମିଳିଥିଲା ।

Show More

Related Articles

Back to top button