Breaking PLUSଓଡ଼ିଶାମୁଖ୍ୟ ଖବର

୧୧ରୁ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ଷା ଯୋଗୁଁ ଏବେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ତେବେ ୧୧ରୁ ପରବର୍ତ୍ତୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ୪-୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭.୪ ଡିଗ୍ରୀ, ବୌଦ୍ଧ ୩୬.୫ ଡିଗ୍ରୀ, ମାଲକାନଗିରିରେ ୩୬ ଡିଗ୍ରୀ, ନବରଙ୍ଗପୁର ୩୫ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ଼ ହୋଇଥିଲା। ଅନ୍ୟ ସବୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଥିଲା। ଭୁବନେଶ୍ବରରେ ୩୧.୭ ଡିଗ୍ରୀ ଏବଂ କଟକରେ ୩୦.୬ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ ହୋଇଥିଲା। ପାଣିପାଗ କେନ୍ଦ୍ର ସୂଚନାନୁସାରେ ଉତ୍ତର ଓଡ଼ିଶାରୁ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଓ ୟନମ୍ ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କିମି ଊର୍ଦ୍ଧ୍ବରେ ଏକ ନିମ୍ନ ଚାପରେଖା ରହିଛି।

Show More

Related Articles

Back to top button