Breaking PLUSଓଡ଼ିଶାମୁଖ୍ୟ ଖବର

କଚାଡି ଦଳିଦେଲା ଦନ୍ତା

ଭୁବନେଶ୍ୱର/ସୁନ୍ଦରଗଡ, 9 ମାର୍ଚ୍ଚ – କଚାଡି ଦଳିଦେଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ରେଂଜ କୁସୁମୁଣ୍ଡି ଗାଁର ପୁଣ୍ଡୁପୋଖରୀ ସାହିରେ । ହାତୀ ଭୟରେ ଘର ଭିତରୁ ବାହାରି ଜୀବନ ବଞ୍ଚାଇବା ପାଇଁ ଦୌଡି ଯାଉଥିବା ବେଳେ ମହିଳାଙ୍କୁ ଶୁଣ୍ଡରେ ଟାଣି ନେଲା ଦନ୍ତା ହାତୀ । ଏପରିକି କେହି କିଛି କରିବା ଆଗରୁ ପରିବାର ଲୋକ ଏବଂ ଗ୍ରାମବାସୀଙ୍କ ଆଖି ସାମ୍ନାରେ ମହିଳା ଜଣକୁ ଶୁଣ୍ଡରେ କଚାଡି କଚାଡି ମାରିଲା ଦନ୍ତା । ମୃତକ ମହିଳା ହେଲେ ପୁଣ୍ଡୁପୋଖରୀ ସାହିର ଇତୱାରୀ ବଦ୍ରା । ତାଙ୍କ ମୃତ୍ୟୁରେ ଗାଁରେ ଶୋକ ଖେଳିଯାଇଛି । ଅନ୍ୟପଟେ ହାତୀ ଯୋଗୁ ଗାଁରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।

Show More

Related Articles

Back to top button