ଓଡ଼ିଶାମୁଖ୍ୟ ଖବର

ତାଳଚେର ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନକୁ “ଫୁ”

ତାଳଚେର ଉପଜିଲ୍ଲାପାଳଙ୍କ ଅପାରଗତାକୁ ନେଇ ତାଙ୍କ କାର୍ଯlଳୟ ପରିସର ମଧ୍ୟକୁ ଲକ୍ଷ୍ୟ କଲେ ଜଣାପଡେ ସ୍ୱଚ୍ଛ ଭାରତ ମିଶନ ପ୍ରତି କେତେ ସଚେତନତା, ଏଥିରୁ ସ୍ପଷ୍ଟ ବାରି ହୋଇଯାଇଥାଏ l ଘଟଣାରୁ ପ୍ରକାଶ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯlଳୟରେ ବେଶ ମୋଟା ଅଙ୍କ ଅର୍ଥ ବିନିଯୋଗ କରାଯାଇ ଚହଟ ଚିକ୍କଣ ଅଟ୍ଟାଳିକାମାନ ନିର୍ମାଣ କରାଯାଇଛି l

ଏହାର ସମୁଖ ଅଂଚଳଟିରେ ମାର୍ବଲ ପକାଇ ସ୍ୱଚ୍ଛ ଭାରତ ମିଶନକୁ ସମ୍ମାନ ଦିଆଯାଇଛି l ମାତ୍ର ଏହି କାର୍ଯlଳୟର ପଛ ପାଖ ଅଂଚଳଟିରେ ଆରଡି କାର୍ଯlଳୟ,ଅବକାରୀ କାର୍ଯlଳୟ,ସଦର ଆରଆଇ ଅଫିସ ଆଦି କ୍ୱାଟର୍ସ ସମେତ ବହୁ ପ୍ରତିଷ୍ଠିତ ସରକାରୀ କାର୍ଯ୍ୟାଳୟମାନ ଅବସ୍ଥିତ l ମାତ୍ର କାର୍ଯlଳୟରୁ କାର୍ଯlଳୟ ଯିବାକୁ ନା ରାସ୍ତା ଅଛି ନା ଅଛି ଆଲୋକର ବ୍ୟବସ୍ଥା l ଏହି କାର୍ଯ୍ୟlଳୟ ଗୁଡିକ ରହିଥିବାରୁ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବହୁ ଲୋକ ବିଭିନ୍ନ କାର୍ଯ୍ୟକୁ ନେଇ ଦୈନନ୍ଦିନ ଆସିଥାନ୍ତି l ମାତ୍ର ଦୁର୍ଭାଗ୍ୟ ବିଷୟ ଯେ,ସେହି ଅଂଚଳରେ ଫାଙ୍କା ପଡିଥିବା ସ୍ଥାନ ଗୁଡିକରେ ବ୍ୟାପକ ଅନାବନା ଗଛ ସାଙ୍ଗକୁ ଅଳିଆ ଆବର୍ଜନା ଗଦାହୋଇ ରହିଥିବାରୁ, ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି l ମାତ୍ର ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି l ଏଣୁ ଏନେଇ ସାଧାରଣରେ ଚର୍ଚ୍ଚାହେବା ସହ ସ୍ୱଚ୍ଛ ଭାରତ ମିଶନ ପ୍ରତି ଏକ ଅଟାହାସ୍ୟ ବୋଲି ସମସ୍ତଙ୍କ ମୁହଁରୁ ଏହି ଗୋଟାଏ କଥା ଶୁଣିବାକୁ ମିଳୁଛି l

Show More

Related Articles

Back to top button