Breaking PLUSଦେଶ ବିଦେଶମୁଖ୍ୟ ଖବର

ଗାଡି ଚଲାଇବା ବେଳେ ମୋବାଇଲ ବ୍ୟବହାର କରୁଥିଲେ ସାବଧାନ, ଆସନ୍ତା ୧ ତାରିଖରୁ ଲାଗୁ ହେବ ନୂଆ ନିୟମ

ଆଗାମୀ ୧ ତାରିଖ ଠାରୁ ଗାଡ଼ି ଚଳାଇବା ନେଇ ଅନେକ ନିୟମ ପରିବର୍ତ୍ତନ କରାଯାଇଛି । ଏଥିରୁ ଏକ ନିୟମ ହେଉଛି ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଲେ ମହଙ୍ଗା ପଡ଼ିପାରେ

ଆଗାମୀ ୧ ତାରିଖ ଠାରୁ ଗାଡ଼ି ଚଳାଇବା ନେଇ ଅନେକ ନିୟମ ପରିବର୍ତ୍ତନ କରାଯାଇଛି । ଏଥିରୁ ଏକ ନିୟମ ହେଉଛି ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଲେ ମହଙ୍ଗା ପଡ଼ିପାରେ । ଏଭଳି କ୍ଷେତ୍ରରେ ମୋବାଇଲ ଫୋନର ବ୍ୟବହାର କେବଳ ରୁଟ ନେଭିଗେଶନ ପାଇଁ ହୋଇପାରିବ । କଥା ହେଉଥିବା ସମୟରେ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିପାରେ ।

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ନୂଆ ନିୟମ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନୂତନ ନିୟମ ଅନୁସାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ କେବଳ ରୁଟ ନେଭିଗେଶନ ଲାଗି ବ୍ୟବହାର ହୋଇପାରିବ । ଏହା ଦ୍ୱାରା ଗାଡ଼ିଚାଳକ ସ୍ଥିରତା ସହିତ ନିଜ ଲକ୍ଷ୍ୟ ସ୍ଥଳକୁ ଯିବେ । ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହେଲେ ୧ରୁ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ ।

ଏହି ନିୟମ ଗତ ବର୍ଷ ମୋଟର ଯାନବାହନ ଆଇନରେ କରାଯାଇଥିବା ପରିବର୍ତ୍ତନ ସହିତ ଜଡ଼ିତ । ଆଇନରେ କିଛି ନିୟମ ଗତ ବର୍ଷ ଲାଗୁ ହୋଇଥିଲା । ଆଇଟି ସର୍ଭିସ ଓ ଇଲେକ୍ଟ୍ରୋନିକ ମନିଟରିଂ ବ୍ୟବହାରରେ ଦେଶରେ ଟ୍ରାଫିକ ସହିତ ଜଡ଼ିତ ନିୟମ ଭଲଭାବରେ ଲାଗୁ ହେବ ।

Show More

Related Articles

Back to top button