Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଜାରି ରହିଛି କରୋନା ଲହରୀ, ଗତ ୨୪ ଘଣ୍ଟା ମଧ୍ୟରେ ୮୨,୧୭୦ ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଦେଶରେ ଥମୁନି ମହାମାରୀ କରୋନା ଆତଙ୍କ । କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୮୨ ହଜାରରୁ ଉର୍ଦ୍ଧ୍ଵ ନୂତନ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି

ଦେଶରେ ଥମୁନି ମହାମାରୀ କରୋନା ଆତଙ୍କ । କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୮୨ ହଜାରରୁ ଉର୍ଦ୍ଧ୍ଵ ନୂତନ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ପାର୍ କରିଛି । ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୨,୧୭୦ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି ଏହା ସହ ୧,୦୩୯ ଜଣ କରୋନା ଆକ୍ରାନ୍ତ ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୬୦,୭୪,୭୦୩କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୫୦,୧୬,୫୨୦ ଜଣ ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଥିବା ବେଳେ ୯,୬୨,୬୪୦ଜଣ ରୋଗୀ ବର୍ତ୍ତମାନ ଚିତ୍କିସିତ ହେଉଛନ୍ତି । ଏଥିସହ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୫,୫୪୨କୁ ବୃଦ୍ଧି ପାଇଛି।

Show More

Related Articles

Back to top button