Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

୯୧ ବର୍ଷରେ ପାଦ ଥାପିଲେ, ଭାରତ ରତ୍ନ ସୁରସାମ୍ରାଜ୍ଞୀ ଲତା ମଙ୍ଗେଶକର୍

ସୁରସାମ୍ରାଜ୍ଞୀ ତଥା ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକରଙ୍କର ଆଜି ହେଉଛି ଜନ୍ମଦିନ । ଆଜି ସେ ୯୧ ବର୍ଷରେ ପାଦ ଥାପିଛନ୍ତି । ଆଜି ଜନ୍ମଦିନ ଅବସରରେ ସମଗ୍ର ବିଶ୍ୱରେ ଥିବା ତାଙ୍କ ପ୍ରଶଂସକମାନେ ଲତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି

ସୁରସାମ୍ରାଜ୍ଞୀ ତଥା ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକରଙ୍କର ଆଜି ହେଉଛି ଜନ୍ମଦିନ । ଆଜି ସେ ୯୧ ବର୍ଷରେ ପାଦ ଥାପିଛନ୍ତି । ଆଜି ଜନ୍ମଦିନ ଅବସରରେ ସମଗ୍ର ବିଶ୍ୱରେ ଥିବା ତାଙ୍କ ପ୍ରଶଂସକମାନେ ଲତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି । ଭରତ ରତ୍ନ ‘ଲତା ମଙ୍ଗେଶକର ୩୬ ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ମାତ୍ର ୧୩ ବର୍ଷ ବୟସରୁ ଲତା ନିଜର ବୃତ୍ତିଗତ ଯାତ୍ରା ଆରମ୍ଭ କରିଥିଲେ । ଗତ ୭ ଦଶକରୁ ଅଧିକ ସମୟ ଧରି ଗୀତ ଗାଇ ଲତା ଦେଶ ବିଦେଶରୁ ଅନେକ ପ୍ରଶଂସା ସାଉଁଟିଛନ୍ତି । ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ପୁରସ୍କାର ତାଙ୍କୁ ୩୦ ବର୍ଷ ପୂର୍ବରୁ ମିଳି ସାରିଛି । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ତାଙ୍କୁ ୨୦୦୧ ମସିହାରେ ସମ୍ମାନିତ କରାଯାଇଛି । ଲତା ମଙ୍ଗେଶକର ଏତେ ଗୀତ ଗାଇଛନ୍ତି ଯେ, ୧୯୭୪ ରୁ ୧୯୯୧ ପର୍ଯ୍ୟନ୍ତ ଗିନିଜ୍ ବକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପ୍ରତିବର୍ଷ ସର୍ବାଧିକ ଗୀତ ରେକର୍ଡିଂ ରେକର୍ଡ କରାଯାଇଥିଲା ।

ତେବେ ଆସନ୍ତୁ ତାଙ୍କର ୯୧ ତମ ଜନ୍ମଦିନରେ ଲତାଜୀଙ୍କ ଜୀବନୀ ସହ ଜଡିତ କିଛି ତଥ୍ୟ ଉପରେ ନଜର ପକାଇବା । ୨୮ ସେପ୍ଟେମ୍ବରରେ ଲତାଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ମରାଠୀ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଦୀନାନାଥ ମଙ୍ଗେଶକର । ତାଙ୍କ ନାମ ପ୍ରଥମେ ‘ହେମା’ ଥିବାବେଳେ ଜନ୍ମର ୫ ବର୍ଷ ପରେ ମାତା ପିତା ତାଙ୍କ ନାମ ବଦଳାଇ ‘ଲତା’ ରଖିଥିଲେ । ଲତା ତାଙ୍କର ସମସ୍ତ ଭାଇ ଭଉଣୀଙ୍କ ମଧ୍ୟରେ ବଡ଼ । ମୀନା, ଆଶା ଓ ହୃଦୟନାଥ ସମସ୍ତେ ତାଙ୍କଠାରୁ ଛୋଟ । ଲତାଙ୍କ ପିତା ରଙ୍ଗମଞ୍ଚ କଳାକାର ଓ ଗାୟକ ଥିଲେ । ଲତା ୧୯୪୨ରେ ‘କିଟି ହସାଲ’ ପାଇଁ ତାଙ୍କର ପ୍ରଥମ ଗୀତ ରେକର୍ଡ କରିଥିଲେ । କିନ୍ତୁ ତାଙ୍କ ବାପାଙ୍କୁ ଏହା ପସନ୍ଦ ଆସି ନ ଥିଲା । ତେଣୁ ସେ ଫିଲ୍ମରୁ ଗୀତ ହଟାଇ ଦେଇଥିଲେ । ତଥାପି ଲତା ଗୀତ ଗାଇବା ଜାରି ରଖିଥିଲେ ।

Show More

Related Articles

Back to top button