ଖେଳ

କ୍ରିକେଟରେ ନୂଆ ଯୁଗ

ଟିମ ଇଣ୍ଡିଆର ନୂତନ ଯୁଗ ଆରମ୍ଭ ହୋଇଛି । ନବ ନିଯୁକ୍ତ ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ଏବଂ ନୂତନ ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇଥିଲା । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ ଅଧିବେଶନରେ ଟିମ ଇଣ୍ଡିଆ ଅଂଶଗ୍ରହଣ କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି ଖେଳାଯିବ । ରାହୁଲ ଦ୍ରାବିଡଙ୍କ ସହ ପାରାସ ହାମବ୍ରେ ଏବଂ ବ୍ୟାଟିଂ କୋଚ ବିକ୍ରମ ରଠୋର ମଧ୍ୟ ଜଡିତ ଥିଲେ । ଅଭ୍ୟାସ ଅଧିବେଶନ ଆରମ୍ଭ କରିବା ପାଇଁ ଏହି ତିନି ଜଣ ଆସିଥିଲ । ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଏମାନଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା ।

Show More

Related Articles

Back to top button