ମନୋରଞ୍ଜନ

ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ପୁରିଲାଣି ୧୪ ମାସ କିନ୍ତୁ ଆକ୍ଟିଭ୍‌ ଅଛି ଫେସବୁକ୍‌ ଆକାଉଣ୍ଟ : ଚଲାଉଛି କିଏ ?

କେମିତି ବଦଳିଲା ପ୍ରୋଫାଇଲ ଫଟୋ ?

ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପୁରିଲାଣି ୧୪ ମାସ । ଏବେ ବି ସସ୍‌ପେନ୍ସରେ ରହିଛି ତାଙ୍କର ମୃତ୍ୟୁ ରହସ୍ୟ । ସୁଶାନ୍ତଙ୍କ ହସହସ ମୁହଁକୁ ଏବେ ବି ଭୁଲିପାରିନାହାନ୍ତି ତାଙ୍କ ପ୍ରଶଂସକ । ଫ୍ୟାନ୍ସଙ୍କ ମନରେ ଆଜି ବ ରାଜ କରୁଛନ୍ତି ସୁଶାନ୍ତ। ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫଟୋ କି ଭିଡିଓ ଦେଖିଲେ ଭାବୁକ ହୋଇ ଯାଆନ୍ତି ତାଙ୍କ ପ୍ରଶଂସକ ।ମୃତ୍ୟୁକୁ ବର୍ଷେରୁ ଉର୍ଦ୍ଧ୍ବ ହୋଇସାରିଥିଲେ ସୁଦ୍ଧା ଏବେ ତାଙ୍କର ଫେସବୁକ୍‌ ଆକାଉଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁଶାନ୍ତଙ୍କ ଫେସବୁକ୍‌ ଆକାଉଣ୍ଟ ଆକ୍ଟିଭ୍‌ ହୋଇଛି। ଜଣଙ୍କ ମୃତ୍ୟୁ ପରେ କିଭଳି ତାଙ୍କ ଫେସବୁକ୍‌ ଆକାଉଣ୍ଟ ଆକ୍ଟିଭ ହେଲା ସେ ନେଇ ଚକିତ ହୋଇ ଯାଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ।ନିକଟରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫେସବୁକ୍‌ ଆକାଉଣ୍ଟ ଅଚାନକ ଆକ୍ଟିଭ୍‌ ହୋଇଥିଲା। ଏଥିସହିତ ସୁଶାନ୍ତଙ୍କ ଫେସବୁକ୍‌ ପ୍ରୋଫାଇଲ ଫଟୋ ମଧ୍ୟ ବଦଳିଥିଲା । ଯାହାକୁ ଦେଖି ଫ୍ୟାନ୍ସ ଚକିତ ହୋଇଛନ୍ତି। ଫେସବୁକ ପ୍ରୋଫାଇଲ ଅପଡେଟ୍‌ ହେବା ପରେ ଫ୍ୟାନ୍ସ ପୁଣିଥରେ ଇମୋସନାଲ ହୋଇଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଫ୍ୟାନ୍ସ ମାନେ ମିସ୍‌ କରିବା ସହ ଦିବଂଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୁଶାନ୍ତଙ୍କ ଫେସବୁକ୍‌ ପେଜ କିଭଳି ଆକ୍ଟଭି ହେଲା ଓ କିଏ କଲା ବୋଲି ଫ୍ୟାନ୍ସ ମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

sushant singh rajput

ସୋସିଆଲ ମିଡିଆରେ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ଅଫିସିଆଲ ପେଜ କିଏ କଣ୍ଟ୍ରୋଲ କରୁଛି। ମିସ୍‌ ୟୁ ସୁଶାନ୍ତ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ମୋତେ ଲାଗୁଛି ସୁଶାନ୍ତ ସିଂ ଏବେ ବି ବଞ୍ଚିଛନ୍ତି।ସୂଚନାଯୋଗ୍ୟ, ୨୦୨୦ ମସିହା ଜୁନ୍‌ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ତାଙ୍କ ଭଡା ଘରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବା ସହିତ ପରେ ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ନିଧନ ପଛର ମୂଳ ରହସ୍ୟ କ’ଣ ତାହା ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ସିବିଆଇ ଏବେବି ଯାଞ୍ଚ ଜାରି ରଖିଛି ।

Show More

Related Articles

Back to top button