Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଲୋକସେବା ଭବନରେ ବୈଠକ ବସିବ ।

ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ଏହି ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ବୈଠକ ବସିବ । ତେବେ ଆଜିର ବୈଠକରେ ଏସଆର୍‌ସି ପ୍ରଦୀପ ଜେନା ଉପସ୍ଥିତ ରହିବାକୁ ଥିବା ବେଳେ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କ ବୈଠକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି ।

ରାଜ୍ୟରେ ସ୍ୱଳ୍ପ ବର୍ଷା ଯୋଗୁଁ ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ସର୍ବାଧିକ ପ୍ରଭାବିତ ହୋଇଛି । ସେହିପରି ଆହୁରି ୨୦ ଜିଲ୍ଲାରେ ମଧ୍ୟ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ପାଣି ଅଭାବ ଯୋଗୁଁ ବିଲକୁ କିପରି ବିକଳ୍ପ ଉପାୟରେ ପାଣି ମିଳିପାରିବ, ସେ ଦିଗରେ ଆଜିର ବୈଠକରେ ଆଲୋଚନା ହେବ । ଅନ୍ୟପଟେ ଅଗଷ୍ଟ ୩୧ ସୁଦ୍ଧା ପ୍ରତି ବ୍ଲକ ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ କରିବାକୁ OUATକୁ କୃଷି ବିଭାଗ ଆଗୁଆ ନିର୍ଦ୍ଦେଶ ଦେଇଛି ।

Show More

Related Articles

Back to top button