ଓଡ଼ିଶାମୁଖ୍ୟ ଖବର

ଖୋଲିଲା ଶ୍ରୀମନ୍ଦିର

ଆଜିଠୁ ଶ୍ରିଜୀଉଙ୍କୁ ସର୍ବସାଧାରଣ ଦର୍ଶନ

ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶ୍ରୀଜିଉଙ୍କୁ ଦର୍ଶନର ମହା ସୌଭାଗ୍ୟ ମିଳିଛି । ସବୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କରୋନାର କଟକଣା ଭିତରେ ପ୍ରଥମେ ସେବାୟତଙ୍କ ପରିବାର ତା’ପରେ ପୁରୀ ବାସୀ ଏବଂ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରିମନ୍ଦିର । ଆଜିଠୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ପ୍ରଶାସନର ନିୟମ ଅନୁଯାୟୀ ଶ୍ରୀଜିୟୁଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ୨ଟି ଡୋଜ୍ କୋଭିଡ ଟୀକା ନେଇଥିବାର ସାର୍ଟିଫିକେଟକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ପରିଚୟପତ୍ରକୁ ବି ବାଧ୍ୟତାମୁଳକ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ । ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ। ସେପଟେ ଆଜି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଥିବାବେଳେ ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି ବିଏମସି କମିଶନର ।

Show More

Related Articles

Back to top button