Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେଡିରେ ଯୋଗ ଦେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

ବିଜେଡିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ଦଳରେ ସାମିଲ ହୋଇ ମନ୍ମଥ କହିଛନ୍ତି ଯେ ବାପାଙ୍କ ଆଶୀର୍ବାଦ ନେଇ ବିଜେଡିରେ ମିଶିଛି । ଏପରି କହିବା ବେଳେ କିଛି ସମୟ ଭାବବିହ୍ୱଳ ହୋଇଥିଲେ ମନ୍ମଥ । ବାପା ସବୁବେଳେ ଆଗରେ ଯାଉଥିଲେ ମୁଁ ପଛରେ ଯାଉଥିଲି । କିନ୍ତୁ ପ୍ରଥମ ଥର ବାପାଙ୍କ ବିନା ଏକୁଟିଆ ଆସିଛି । ବାପାଙ୍କ ଆଶୀର୍ବାଦ ନେଇ ଆଜି ଏଠାକୁ ଆସିଛି । ବିଜୁ ପଟ୍ଟନାୟକ ମୋର ଆଦର୍ଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସ୍କଲାରସିପ ଏପର୍ଯ୍ୟନ୍ତ ରଖିଛି ବୋଲି କହିଛନ୍ତି । ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ମଥ ।
ଏହି ଅବସରରେ ମନ୍ମଥ କହିଛନ୍ତି ଓଡ଼ିଶାକୁ ନେଇ ମୋର ଯେଉଁ ଆଶା ଅଛି ତାହା କେବଳ ବିଜେଡି ଦଳରେ ପୁରା କରାଯାଇପାରିବ । ସବୁ ବର୍ଗ ଓ ସବୁ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି କାମ କରୁଛନ୍ତି ତାହା ତାଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀର ପରିଚୟ ଦେଇଛି । ବିଜେଡିରେ ଏକ ସୈନିକ ହିସାବରେ କାମ କରିବି । ମନ୍ମଥ ବିଜେଡିରେ ମିଶିବା ପରେ ଜଟଣୀରୁ ଲଢିପାରନ୍ତି କିମ୍ବା ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Show More

Related Articles

Back to top button