Breaking PLUSଦେଶମୁଖ୍ୟ ଖବରରାଜନୀତି

ରାହୁଲ ଗାନ୍ଧିଙ୍କ ସଦସ୍ୟତାକୁ କାଏମ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନ ଉପରେ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ, 4 ଡିସେମ୍ବର -କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତାକୁ କାଏମ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନ ଉପରେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ପିଟିସନ ଉପରେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।
ଲକ୍ଷ୍ନୌର ଓକିଲ ଅଶୋକ ପାଣ୍ଡେ ଏହି ପିଟିସନ ଦାୟର କରିଛନ୍ତି । ପିଟିସନରେ ଦର୍ଶାଯାଇଛି ଯେ ଲୋକ ପ୍ରତିନିଧିତ୍ୱ ଅଧିନିୟମର ଧାରା 8 (3) ଏବଂ ସମ୍ବିଧାନର ଧାରା 102 ଏବଂ 191 ଅନୁଯାୟୀ, ଥରେ ଯଦି ସଂସଦର କୌଣସି ସଦସ୍ୟ ନିଜର ସଦସ୍ୟତା ହରାନ୍ତି, ତେବେ ଦୋଷମୁକ୍ତ ନ ହୋଇ ସଂସଦର ସଦସ୍ୟତା ପୁନଃ ପାଇପାରିବେ ନାହିଁ ।
ସୂଚନାଯୋଗ୍ୟ ଅଗଷ୍ଟ 4ରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ମୋଦି ସାଙ୍ଗିଆ ମାମଲାରେ ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଲୋକସଭା ସଚିବାଳୟ ଅଗଷ୍ଟ 7 ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ପୁନଃ ପ୍ରଦାନ କରିଥିଲେ।

Show More

Related Articles

Back to top button