Breaking PLUSଦେଶମୁଖ୍ୟ ଖବର

ଶିମଲାରେ ଖାଇକୁ ଖସିଲା ଗାଡି, 6 କଶ୍ମୀର ଶ୍ରମିକଙ୍କ ମୃତ୍ୟୁ

ଶିମଲା, 4 ଡିସେମ୍ବର – ଶିମଲାର ସଟେ ସୁନ୍ନି ଥାନା ଅଞ୍ଚଳରେ ସୋମବାର ସକାଳେ କରାଡଘାଟରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଖାଇକୁ ଖସିଛି । ଦୁର୍ଘଟଣାରେ ପିକଅପ ଭ୍ୟାନରେ ଥିବା 6ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 6ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସୂଚନା ମୁତାବକ ପିକଅପ ଭ୍ୟାନରେ 12ଜଣ ଶ୍ରମିକ ସୁନ୍ନିରୁ ମଣ୍ଡି ଯାଉଥିଲେ । ସକାଳ 7ଟାରେ କରାଡଘାଟ ଅଞ୍ଚଳରେ ସେମାନଙ୍କ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା । ଶିମଲା ଠାରୁ ପ୍ରାୟ 35 କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । 3ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ 3ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କୁ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button