Breaking PLUSଦେଶମୁଖ୍ୟ ଖବର

ସମଲିଙ୍ଗୀ ବିବାହକୁ ମାନ୍ୟତା ନଦେବା ନିଷ୍ପତ୍ତି ଉପରେ ହେବ ପୁନର୍ବିଚାର

ନଭେମ୍ବର 28ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ, 23 ନଭେମ୍ବର – ସମଲିଙ୍ଗୀ ବିବାହାକୁ ଆଇନର ମାନ୍ୟତା ଦେବାକୁ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ମନା କରିବା ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ପିଟିସନ ଉପରେ ବନ୍ଦ ଚାମ୍ବର ବଦଳରେ ଖୋଲା ଅଦାଲତରେ ଶୁଣାଣି କରିବାକୁ ଦାବି କରିଛନ୍ତି ଆବେଦନକାରୀ । ପିଟିସନକାରୀଙ୍କ ପକ୍ଷରୁ ତାଙ୍କ ଓକିଲ ମୁକୁଲ ରୋହତଗୀ ଆଜି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ସମ୍ମୁଖରେ ଏହା ଉପସ୍ଥାପିତ କରିଛନ୍ତି । ତେବେ ପିଟିସନକୁ ଦେଖି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଏହି ପିଟିସନ ଉପରେ ନଭେମ୍ବର 28 ତାରିଖରେ ଶୁଣାଣି ହେବ ।
ତେବେ ଏହି ମାମଲା ନଭେମ୍ବର 28ରେ ତାଲିକାରୁ ଡିଲିଟ ନହେବାକୁ ସୁନିଶ୍ଚିତ କରିବାକୁ କୋର୍ଟଙ୍କୁ କହିଥିଲେ ରୋହତଗି । ସମଲିଙ୍ଗୀ ଦମ୍ପତିଙ୍କ ଉପରେ ଭେଦଭାବ ହେଉଥିବା ପ୍ରସଙ୍ଗ ଉପରେ ସମ୍ବିଧାନ ବେଞ୍ଚର ସମସ୍ତ ବିଚାରପତି ଏକମତ ଥିଲେ । ଯଦି କୋର୍ଟ ସେମାନଙ୍କ ସହ ଭେଦଭାବ ହେଉଥିବା ସ୍ୱୀକାର କରୁଛନ୍ତି ହେବ । ତେଣୁ ବନ୍ଦ ଚାମ୍ବର ପରିବର୍ତ୍ତେ ଖୋଲା ଆଦାଲତରେ ପିଟିସନ ଉପରେ ବିଚାର କରାଯାଉ ବୋଲି କେର୍ଟଙ୍କୁ କହିଥିଲେ ରୋହତଗି । ତେବେ ପିଟିସନକୁ ଦେଖି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

Show More

Related Articles

Back to top button