ଜୀବନଚର୍ଯ୍ୟା

ସଫଳତାର ପୁଞ୍ଜି : ଖରାପ ସମୟରେ ପ୍ରକୃତ ମିତ୍ର କିଏ ?

ପୂର୍ବ ପୁରୁଷଙ୍କର ଓ ଶାସ୍ତ୍ର ଅନୁସାରେ ଖରାପ ସମୟରେ ଧନ ହିଁ ମୁଖ୍ୟ ମିତ୍ର ଭୂମିକାରେ କାର୍ଯ୍ୟରେ ଆସିଥାଏ l ମଣିଷର ଯେତେବେଳେ ଖରାପ ସମୟ ଆସେ ଅଧିକାଂଶ ସମୟ ତାର ନିଜ ଲୋକମାନେ ଛାଡି ତାକୁ ଚାଲିଯାଇଥାନ୍ତି ,ସମ୍ପର୍କୀୟ ମାନେ ମଧ୍ୟ ଦୂରତା ବ୍ୟବହାର କରିଥାନ୍ତି

ବ୍ୟକ୍ତିର ଜୀବନରେ ସବୁବେଳେ ଉତ୍ଥାନ ପତନ ଲାଗି ରହିଥାଏ l ଯେଉଁ ପ୍ରକାର ରାତି ପରେ ଦିନ ଆସେ ସେହି ଭଳି ଭାବରେ ଦୁଃଖ ପରେ ସୁଖ ଆସିଥାଏ l ଜୀବନରେ ଏହି ଚକ୍ର ଏହି ପରି ଚାଲିଥିବ ଓ ଚାଲିଛି ମଧ୍ୟ l ଯଦି ଆପଣ ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ କେତୋଟି କଥାକୁ ଧ୍ୟାନ ରଖନ୍ତୁ l

ଧନର ମହତ୍ଵକୁ ବୁଝାନ୍ତୁ -ଧନ କହିଲେ ଲକ୍ଷ୍ମୀଙ୍କ ସହିତ ଯୋଡ଼ା ହୋଇଥିବା ଗୋଟିଏ ଶବ୍ଦ ଅଟେ l ଲକ୍ଷ୍ମୀ ଯେପରି ଚଞ୍ଚଳା ଅଟନ୍ତି ସେହିପରି ଧନ ମଧ୍ୟ ପାଖରେ ରହିଲେ ସ୍ଥିର ହୋଇ ରୁହେ ନାହିଁ l ଏହାର ଅର୍ଥ ହେଲା ଧନର ମହତ୍ଵକୁ ଆଖି ଆଗରେ ରଖି ସବୁବେଳେ ଜୀବନରେ ପଇସା ଖର୍ଚ କରିବା ବଶ୍ୟକ l ଯେଉଁ ବ୍ୟକ୍ତି ଧନର ମହତ୍ଵକୁ ବୁଝେ ନାହିଁ ତା ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁହେ ନାହିଁ l

ଧର୍ଯ୍ୟ ଧରିବା ଆବଶ୍ୟକ -ଗୀତାର ଉପଦେଶରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଖରାପ ସମୟ ଆସିଲେ ମଧ୍ୟ ମଣିଷ ଧର୍ଯ୍ୟ ହରାଇବା ଉଚିତ ନୁହେଁ l ଖରାପ ସମୟରେ ମଧ୍ୟ ବ୍ୟକ୍ତିକୁ ପରିଶ୍ରମ କରିବା ଉଚିତ l

ପରିଶ୍ରମର ଫଳ ମିଠା ଅଟେ -ଲକ୍ଷ୍ମୀ ପରିଶ୍ରମ କରୁଥିବା ବ୍ୟକ୍ତି ଉପରେ ନିଜର ଆଶୀର୍ବାଦ ରଖି ଥାନ୍ତି l ସେଥିପାଇଁ ବ୍ୟକ୍ତିକୁ ନିଜର ପରିଶ୍ରମ ଉପରେ ବିଶ୍ୱାସ ରଖିବା ଉଚିତ ,କାରଣ ଶାସ୍ତ୍ର ଅନୁସାରେ କର୍ମ ହିଁ ଭଗବାନ କୁହାଯାଏ l ପରିଶ୍ରମରେ ଅର୍ଜିତ କରାଯାଇଥିବା ଧନ ଖରାପ ସମୟରେ ଗୋଟିଏ ଭଲ ମିତ୍ରର ଭୂମିକା ଗ୍ରହଣ କରିଥାଏ l

ଖରାପ ସମୟରେ ବ୍ୟକ୍ତିକୁ ଜାଣିହୁଏ -ଶାସ୍ତ୍ର ଅନୁସାରେ ପତ୍ନୀ ଓ ସେବକଙ୍କୁ ଖରାପ ସମୟରେ ଜାଣି ହୁଏ l ଖରାପ ସମୟରେ ଯିଏ ଛାଇପାରି ସାଙ୍ଗରେ ଠିଆ ହୁଏ ତାହାକୁ ଜୀବନରେ ସବୁବେଳେ ମାନେ ରଖିବା ଉଚିତ l

Show More

Related Articles

Back to top button