ଓଡ଼ିଶାମୁଖ୍ୟ ଖବର

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡି, ୨ ଦିନ ପାଇଁ ସତର୍କ ରହିବାକୁ ପରାମର୍ଶ

ସୋମବାର ରାଜ୍ୟର ୯ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷକରି ଉତ୍ତର ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି । ସେହିପରି ସୁନ୍ଦରଗଡ଼, ସୋନପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି

ମଙ୍ଗଳବାର ଅର୍ଥାତ ୨୬ ତାରିଖରେ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଯାହାକୁ ଲକ୍ଷ୍ୟ କରି ଆସନ୍ତା ଦୁଇ ଦିନ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପରାମର୍ଶ ଦେଇଛନ୍ତି । ଯେଉଁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି, ସେଠାକାର ଜିଲ୍ଲାପାଳ ଓ ଏସ୍‌ପିମାନେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ଦୁର୍ଘଟଣା ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଆର୍‌ସି କହିଛନ୍ତି ।ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା।

୩୩ ଡିଗ୍ରୀ ସେଲସିୟସ୍‌ ଉପରେ ୬ଟି ସହରର ସର୍ବୋଚ୍ଚ ତାପମାତ୍ରା ରହିଥିଲା। ଏପରିକି ବୌଦ୍ଧ ଓ ଭବାନୀପାଟଣାରେ ୩୩.୫ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ବଲାଙ୍ଗୀରରେ ୩୩.୪ ଡିଗ୍ରୀ ସେଲସିୟସ୍‌, ଭୁବନେଶ୍ୱରରେ ୩୩.୨ ଡିଗ୍ରୀ ସେଲସିୟସ୍‌, ମାଲକାନଗିରି ଓ ସୋନପୁରରେ ୩୩ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା।ଏତତ୍ ବ୍ୟତୀତ ରାଜ୍ୟର କେବଳ ଗୋଟିଏ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା। ଫୁଲବାଣୀରେ ୮ ଡିଗ୍ରୀ ସେଲସିୟସ୍‌ ରହିଥିଲା ।

Show More

Related Articles

Back to top button