ସ୍ୱାସ୍ଥ୍ୟ

ଆପଣ ଅଧିକ ଖାଉଛନ୍ତି କି ? ହୋଇଯାଆନ୍ତୁ ସତର୍କ , ହେଇପାରେ ଅନେକ ରୋଗ

ସୁସ୍ଥ ରହିବ ପାଇଁ ଶରୀରକୁ ପୋଷକତତ୍ୱ ନିହାତି ଆବଶ୍ୟକ ,ଅଧିକାଂଶ ଲୋକଙ୍କର ଧାରଣା ରହିଛି ଯେ ଅଧିକ ଖାଇଲେ ମଣିଷ ସୁସ୍ଥ ରହିଥାଏ l ଅଧିକ ଖାଇବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଆବଶ୍ୟକ

ଆପଣ ଜାଣି ରଖିବା ଉଚିତ କେଉଁ ଖାଦ୍ୟକୁ ଖାଇଲେ ସ୍ୱାସ୍ଥ୍ୟରେ ହାନି ହେବ ନାହିଁ lଆକ୍ରାନ୍ତ ହେବେ ଅନେକ ରୋଗରେ -ଆଜିକାଲି ଯୁଗରେ ସୁସ୍ଥ ରହିବ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ନିର୍ଦ୍ଧିଷ୍ଟ ପରିମାଣର ଖାଦ୍ୟ ଖାଇବା ଆବଶ୍ୟକ l କିଛି ଲୋକ ଅଛନ୍ତି ଦିନସାରା କିଛିନାକିଛି ଖାଇ ଚାଲିଥାନ୍ତି ,କିନ୍ତୁ ସେମାନେ ସୁସ୍ଥ ରହି ନଥାନ୍ତି l ଶରୀରର ଆବଶ୍ୟକତାକୁ ଆଖି ଆଗରେ ରଖି ଆମକୁ ଖାଇବା ଆବଶ୍ୟକ l ଆମେ ଯେତେ ଅଧିକ ଘରେ ପ୍ରସ୍ତୁତ ଜିନିଷ ଖାଇବା ଉଚିତ ,କାରଣ ଏଥିରେ ଆମର ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ଅଧିକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଇଥାଏ lପେଟରେ ଜାଗା ରଖି ଖାଆନ୍ତୁ -ଆପଣ ଯଦି ଗୋଟିଏ ଶ୍ରମିକ ହୋଇଛନ୍ତି ତେବେ ଆପଣ ଅଧିକ ଖାଇଲେ ତାହା ଚଳନୀୟା ଅଟେ ,କାରଣ ଜଣେ ଶ୍ରମିକ କଠୋର ଶ୍ରମଦାନ କରିଥାଏ l କିନ୍ତୁ ଜଣେ କର୍ମଜୀବି କୌଣସି ସଂସ୍ଥାର ଯଦି ଅଟନ୍ତି ତେବେ ଅଧିକ ଖାଇବା ଦ୍ୱାରା ମୋଟାପଣ ତାଙ୍କର ସାଥି ହୋଇଯାଇଥାଏ l

ଯେତେବେଳେ ଆପଣ ଯାହାବି ଖାଉଛନ୍ତି ସେହି ସମୟରେ ପେଟରେ ସାମାନ୍ୟ ଜାଗା ରଖି ଖାଆନ୍ତୁ l ଆଜିକାଲି ଥଣ୍ଡା ପାନୀୟ ଓ ପିଜା ବର୍ଗରକୁ ଦେଖିଲେ ଲୋକଙ୍କୁ ଖାଇବାକୁ ଇଛା ନଥିଲେ ମଧ୍ୟ ଭୋକ ହୋଇଥାଏ l ଏହାର ଗୋଟିଏ ଅନ୍ୟ କାରଣ ହେଲା ଆପଣ ରୋଗରେ ଆକ୍ରାନ୍ତ ହୋଇ ଥାନ୍ତି l ତେଣୁ ଆପଣ ଯେ କୌଣସି ଖାଦ୍ୟ ଖାଉଛନ୍ତି ପେଟରେ ସାମାନ୍ୟ ଜାଗା ରଖି ଖାଆନ୍ତୁ lଆଳସ୍ୟ ତ୍ୟାଗ କରି ପରିଶ୍ରମ କରନ୍ତୁ -କିଛି ଲୋକ ନିଜର ସ୍ୱାଦ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥକୁ ଦିନସାରା ଖାଇ ଚାଲିଥାନ୍ତି l ଏହି କାରଣରୁ ସେମାନେ ଅସୁବିଧାରେ ପଡନ୍ତି l ଆପଣ ଯାହାବି ଖାଆନ୍ତୁ ନା କାହିଁକି ପରିଶ୍ରମ କରିବା ଆବଶ୍ୟକ l ଯଦି ଆପଣ କେବଳ ଖାଇ ଚାଲିବେ ଏବଂ ପରିଶ୍ରମ କରିବେ ନାହିଁ ତେବେ ଆପଣଙ୍କ ପାଚନ କ୍ଷମତା କମ ହେବାକୁ ଲାଗିବ l ତେଣୁ ଖାଇବା ସହିତ ଶାରୀରିକ ପରିଶ୍ରମ ଓ ବ୍ୟାୟାମ ନିହାତି ଆବଶ୍ୟକ l

Show More

Related Articles

Back to top button