ଓଡ଼ିଶାଶିକ୍ଷା

ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପାଠ ପଢିବେ ଛାତ୍ରଛାତ୍ରୀ

ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ଚିଠା ପ୍ରସ୍ତୁତ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) । ୩ ବର୍ଷ ପରିବର୍ତ୍ତେ ୪ ବର୍ଷ ଅଣ୍ଡରଗ୍ରାଜୁଏଶନ (ୟୁଜି) ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରୀଛାତ୍ର ଅନର୍ସ ଡିଗ୍ରୀ ସାର୍ଟିଫିକେଟ ପାଇବାକୁ ସକ୍ଷମ ହେବେ ବୋଲି ଏହି ନୂଆ ଚିଠା ନିୟମାବଳୀରେ ପ୍ରକାଶ ପାଇଛି ।

ନୂଆ ଚିଠା ନିୟମାବଳୀ ଅନୁଯାୟୀ, ଛାତ୍ରୀଛାତ୍ର ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏଶନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ। ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ। ସେହିପରି ଯେଉଁ ଛାତ୍ରୀଛାତ୍ର ଏବେ ତିନି ବର୍ଷିଆ ସ୍ନାତକ ଡିଗ୍ରୀ ପାଇଁ ନାମ ଲେଖାଇଛନ୍ତି, ସେମାନେ ମଧ୍ୟ ଚାରି ବର୍ଷିଆ ସ୍ନାତକ ଡିଗ୍ରୀ ପଢ଼ିପାରିବେ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ବର୍ଷିକିଆ ସାର୍ଟିଫିକେଟ୍‌ ମିଳିବ। ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ୍‌ ଦିଆଯିବ। ତିନି ବର୍ଷିଆ ସ୍ନାତକ ଡିଗ୍ରୀ ଛାତ୍ରୀଛାତ୍ରଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ରହିବ।

ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରୀ ସାରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି। ସୂଚନାନୁଯାୟୀ, ଏହି ପାଠ୍ୟକ୍ରମରେ କ୍ରେଡିଟ୍‌ ସ୍କୋର୍‌ ସିଷ୍ଟମ୍‌ ଲାଗୁ ହେବ। ଆଉ ଏହି ନିୟମ ଆଧାରରେ ୧୬୦ କ୍ରେଡିଟ୍‌ ସ୍କୋର୍‌ କରୁଥିବା ଛାତ୍ରୀଛାତ୍ରଙ୍କୁ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ।

Show More

Related Articles

Back to top button