ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ସପିଂ ମଲ୍ ଭିତରେ ଭୟଙ୍କର ବିସ୍ଫୋରଣ, ଅନେକ ମହିଳା ଓ ଛୋଟ ଛୁଆ ଆହାତ

ଇସଲାମାବାଦ: ସପିଂ ମଲ୍ ଭିତରେ ଭୟଙ୍କର ବିସ୍ଫୋରଣ। ପୁଣି ବୋମା ବିସ୍ଫୋରଣରେ ଥରିଲା ପାକିସ୍ତାନର ବଲୁଚିସ୍ଥାନ ଅଞ୍ଚଳ। ଶନିବାର ଏଠାକାର ଏକ ସପିଂ ମଲ୍‌ରେ ବିସ୍ଫୋରଣ ଯୋଗୁଁ ଜଣେ ସାଧାରଣ ନାଗିରକଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଆହତଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଛୁଆ ଅଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଏହା ଏକ ଆତଙ୍କବାଦୀ ଆକ୍ରମଣ। ମଲ୍ ଭିତରେ ରିମୋଟ୍ ଚାଳିତ ଆଇଇଡିର ବ୍ୟବହାର କରାଯାଇଥିଲା। ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ଛୁଆ ସାମିଲ ଅଛନ୍ତି। କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବଲୁଚିସ୍ଥାନ ମୁଖ୍ୟମନ୍ତ୍ରୀ ମିର୍ ଅବ୍‌ଦୁଲ କୁଦ୍ଦୁସ ଏହି ଘଟଣାକୁ ନିନ୍ଦା କରିଛନ୍ତି।

ଏହା ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ପାକିସ୍ତାନର ଅଶାନ୍ତ ପଖତୁନଖ୍ୱାରେ ଏକ ବାରୁଦ ସୁଡଙ୍ଗ ଭିତରେ ବିସ୍ଫୋରଣ ହୋଇଥିଲା। ଏଥିରେ ଅତି କମ୍‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ପଞ୍ଚ ଜଣ ଆହତ ହୋଇଥିଲେ। ଏକ ବାଇକ୍ ବାରୁଦ ସୁଡଙ୍ଗକୁ ଧକ୍କା ଦେବା ପରେ ଏହି ବିସ୍ଫୋରଣ ହୋଇଥିବା ପୁଲିସ ସୂଚନା ଦେଇଥିଲା।

Show More

Related Articles

Back to top button