ଓଡ଼ିଶାମନୋରଞ୍ଜନ

ଏହିଦିନ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରସ୍ଥାନମ୍‌’

ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରସ୍ଥାନମ୍‌’ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅମ୍ଲାନ ଓ ଶ୍ରଦ୍ଧାଙ୍କ ଯୋଡ଼ି ଦେଖିବାକୁ ପାଇବେ ଦର୍ଶକ । ଆମର ମ୍ୟୁଜିକ୍‌ ୟୁଟୁବ୍‌ ଚ୍ୟାନେଲ୍‌ରେ ଏହି ଚଳଚ୍ଚିତ୍ରର ଗୀତ ଦର୍ଶକାଦୃତ ହୋଇଛି। ଆସନ୍ତା ୧୬ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

କଲେଜ୍‌ ଇଲେକ୍ସନ୍‌ରେ ଘଟୁଥିବା କିଛି ରୋଚକ ଘଟଣାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ରେନ୍‌ଡ୍ରପ୍‌ ପିକ୍ଚର ଓ ଏସ୍‌ଏସ୍‌ କ୍ରିଏଟିଭ ଫିଲ୍ମସ୍‌ର ମିଳିତ ସହଯୋଗରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ଅଭିନେତା ପାର୍ଥସାରଥୀ ଓ ଅନନ୍ୟା ମିଶ୍ର ମଧ୍ୟ ଅଭିନୟ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ରାଜା ଡି. ‘ପ୍ରସ୍ଥାନମ୍’ର ମ୍ୟୁଜିକ୍ ଆରେଞ୍ଜମେଣ୍ଟ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସାଦ ନିଜାମ। ଏହାର ପ୍ରଯୋଜନା କରିଛନ୍ତି ରିଙ୍କୁ ରିନୁ ଜେନା, ଦେବେଶ ଚନ୍ଦ୍ର ଦାଶ ଏବଂ ସହ ପ୍ରଯୋଜନା କରିଛନ୍ତି ସୁଶୀଲ ବାରିକ।

ଏଥିରେ ଭିନ୍ନ ଭିନ୍ନ ଭୂମିକାରେ ଅଛନ୍ତି ସ୍ବର୍ଗତ ମିହିର ଦାସ, ମନୋଜ ମିଶ୍ର, ବଣ୍ଟି, ଉଷସୀ ମିଶ୍ର, ଅମୀର ଓ ରାଜସ୍ମିତା କର। ତେବେ ଫିଲ୍ମର ଟିଜର ଏବଂ ଅଡିଓ ରିଲିଜ୍‌ ପରେ ଚଳଚ୍ଚିତ୍ରଟିକୁ ମୁକ୍ତିଲାଭ କରିବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି।

Show More

Related Articles

Back to top button