ଓଡ଼ିଶାଦେଶଶିକ୍ଷା

କେନ୍ଦ୍ର ସରକାରଙ୍କ ବଡ ଘୋଷଣା,ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ମିଳିବନି ଆଡମିଶନ

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ମିଳିବନି ଆଡମିଶନ । ଯେଉଁ ଛାତ୍ରଛାତ୍ରୀ ୟୁକ୍ରେନରେ ଡାକ୍ତରୀ ଅଧ୍ୟୟନ ଛାଡି ଆସିଛନ୍ତି, ସେମାନଙ୍କୁ ଭାରତରେ ଆଡମିଶନ୍ ମିଳିବ ନାହିଁ । କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ସେହିପରି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି ଯେ, ଛାତ୍ରଛାତ୍ରୀମାନେ ୟୁକ୍ରେନରେ ନିଜର କଲେଜରୁ ଅନୁମତି ନେଇ ଅନ୍ୟ ଦେଶର ବିଶ୍ୱ ବିଦ୍ୟାଳୟକୁ ଟ୍ରାନ୍ସଫର କରିବାର ବିକଳ୍ପ ଚୟନ କରିପାରିବେ । ନିଟରେ ଖରାପ ସ୍କୋର କିମ୍ବା ଫି’ ଶସ୍ତା କାରଣରୁ ଛାତ୍ରଛାତ୍ରୀ ୟୁକ୍ରେନରେ ମେଡିକାଲ କଲେଜ ଚୟନ କରିଥିଲେ । ଯଦି ନିଟରେ କମ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଭାରତର ବିଶ୍ୱ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ଦିଆଯାଏ ତେବେ ପୂର୍ବରୁ ପଢ଼ୁଥିବା ଛାତ୍ରଛାତ୍ରୀ ଆପତ୍ତି କରିପାରନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି ।

ସେହିପରି ନିଟରେ କମ୍ ସ୍କୋର ଥିବା ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ କଲେଜରେ ନାମ ଲେଖା ପାଇଁ ସୁଯୋଗ ଦିଆଗଲେ ଦେଶର ଡାକ୍ତରୀ  ମାନଦଣ୍ଡକୁ ପ୍ରଭାବିତ କରିବ ବୋଲି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ।

 

 

Show More

Related Articles

Back to top button