ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିଜେପିରେ ମିଶିଥିବା ୮ କଂଗ୍ରେସ ବିଧାୟକଙ୍କୁ ଏବେ କୌଣସି ମନ୍ତ୍ରୀପଦ ମିଳିବନି

ପାଣାଜି: ଗୋଆରେ କଂଗ୍ରେସକୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ୮ ଜଣ ବିଧାୟକଙ୍କୁ ଏବେ କୌଣସି ମନ୍ତ୍ରୀପଦ ମିଳିବ ନାହିଁ। ନିକଟରେ କ୍ୟାବିନେଟ ସମ୍ପ୍ରସାରଣର ଯୋଜନା ନାହିଁ ବୋଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ କହିଛନ୍ତି। ପ୍ରମୋଦ କହିଛନ୍ତି ଯେ, ଆମେ କଂଗ୍ରେସ ବିଧାୟକମାନଙ୍କୁ ବିଜେପିରେ ମିଶିବା ପାଇଁ କହି ନଥିଲୁ। ସେମାନେ ନିଜ ଦଳରେ ଅସନ୍ତୁଷ୍ଟ ଥିଲେ। ତେଣୁ ବିଜେପିରେ ମିଶିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମରେ ଅନୁପ୍ରାଣିତ ହୋଇ ସେମାନେ ବିଜେପି ପ୍ରତି ଆକୃଷ୍ଟ ହୋଇଛନ୍ତି। ତେବେ ବର୍ତ୍ତମାନ କ୍ୟାବିନେଟ ସମ୍ପ୍ରସାରଣ ନେଇ କୌଣସି ଯୋଜନା ନାହିଁ ବୋଲି ସେ ଜଣାଇଛନ୍ତି।ମିଶିଥିବା ୬ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୨ ଜଣଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଆଲୋଚନା ହେଉଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଏବଂ ମାଇକେଲ ଲୋବୁଙ୍କୁ କ୍ୟାବିନେଟ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଥିଲା।  ଅନ୍ୟପଟେ ଗତକାଲି କାମତ କହିଥିଲେ ଯେ, ଦଳରେ ମିଶିବା ନେଇ କୌଣସି ସର୍ତ୍ତ ରଖାଯାଇ ନାହିଁ। ଯଦି ଦଳ କୌଣସି ପଦ ନଦିଏ ତେବେ ସେ ସାଧାରଣ ଭାବେ ସଙ୍ଗଠନକୁ ମଜଭୁତ ପାଇଁ କାମ କରିବେ। ସୂଚନା​ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ ହାତଛାଡ଼ି ବିଜେପିରେ ମିଳିଛନ୍ତି। ଗୋଆର ୪୦ ବିଧାନସଭା ଆସନରୁ ବିଜେପି ପାଖରେ ମୋଟ୍‌ ୨୦ଟି ଆସନ ରହିଥିବା ବେଳେ କଂଗ୍ରେସ ହାତରେ ୧୧ଟି ଆସନ ରହିଥିଲା।

 

Show More

Related Articles

Back to top button