ଓଡ଼ିଶାସ୍ୱତନ୍ତ୍ର

ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ସମୟରେ ଛାତ୍ରଙ୍କ ମୃତ୍ୟୁ

ସୁନ୍ଦରଗଡ:  ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ସମୟରେ ଛାତ୍ରଙ୍କ ମୃତ୍ୟୁ । ଏଭଳି  ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟରେ । ଆଜି ଯୁକ୍ତ ଦୁଇର ଓଡିଆ ବିଷୟର ପରୀକ୍ଷା ସରିବାକୁ ୧୫ ମିନିଟ୍ ବାକି ଥିବା ସମୟରେ ଲହୁଣୀପଡା ଥାନାର ଜୁନିଆଣି ଗ୍ରାମର ଏମଡି ଅରବାଜ ନାମକ ଏକ ଛାତ୍ର ହଠାତ୍ ତଳେ ପଡି ଯାଇଥିଲେ ।

ଶିକ୍ଷକ ଏବଂ କିଛି ସହପାଠୀଙ୍କ ସହାୟତାରେ ତାଙ୍କୁ ତୁରନ୍ତ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅରବାଜଙ୍କର ଏପରି ଅସ୍ୱଭାବିକ ମୃତ୍ୟୁର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ ତଥ୍ୟ ସାମ୍ନାକୁ ଆସିବ ।

Show More

Related Articles

Back to top button