Breaking PLUSଦେଶମୁଖ୍ୟ ଖବର

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ସୁନାମୀ ଆଲର୍ଟ

ତାଇପେ- ତାଇୱାନରେ ଆଜି ସକାଳେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରାଜଧାନୀ ତାଇପେ ସମେତ ଅନ୍ୟ ଅଂଚଳରେ ଆତଙ୍କ ଖେଳିଯାଇଛି । ତାଇୱାନ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 7.4 ରେକର୍ଡ ହୋଇଛି । ଏଜେନ୍ସି ପକ୍ଷରୁ ସୁନାମୀ ଚେତାବନୀ ଜାରି କରାଯାଇଛି ।
ତାଇୱାନ ପାଣିପାଗ ବିଜ୍ଞାନ ଏଜେନ୍ସି ଅନୁସାରେ, ଭୂକମ୍ପର କେନ୍ଦ୍ର ହୁଲିଏନ କାଉଂଟି ହଲରୁ 25 କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ 15.5 କିଲୋମିଟର ଗଭୀରରେ ଥିଲା । ଭୂକମ୍ପ ଝଟ୍‌କା ହୁଲିଏନ କାଉଂଟି, ୟିଲାନ କାଉଂଟି, ମିୟାଓଲି କାଉଂଟି, ତାଇଚୁଙ୍ଗ, ଚାଙ୍ଗହୁଆ କାଉଂଟି, ସିଂଚୁ କାଉଂଟି, ନାନଟୋ କାଉଂଟି, ତାଓୟୁଆନ, ନ୍ୟୁ ତାଇପେ ଓ ତାଇପେରେ ଅନୁଭୂତ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button