ଦେଶସ୍ୱତନ୍ତ୍ର

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ NIAର କଡା କାର୍ଯ୍ୟାନୁଷ୍ଠାନ

ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ NIAର କଡା କାର୍ଯ୍ୟାନୁଷ୍ଠାନ । ଜାତୀୟ ତଦନ୍ତକାରୀ ସଂସ୍ଥା ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦେଶର ବିଭିନ୍ନ ରାଜ୍ୟରେ ଅନେକ ଠିକଣାରେ ଆଜି ରେଡ୍ କରିଛି । ଏହି ରେଡ୍ ଭାରତ ଏବଂ ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟାର ଏବଂ ଡ୍ରଗ୍ସ ତସ୍କରୀ ମଧ୍ୟରେ ଥିବା ସାଲିସ୍‌କୁ ଶେଷ କରିବା ପାଇଁ ଏହି ରେଡ୍ ଚାଲିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏନଆଇଏର ଏହି ରେଡ୍ ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ୫୦ ରୁ ଅଧିକ ଠିକଣାରେ ହୋଇଥିବାବେଳେ ଲରେନ୍ସ ବିଶ୍ନୋଇ, ନୀରଜ ବଭାନା ସହ ଅନେକ ଗ୍ୟାଙ୍ଗ ସହ ଜଡ଼ିତ ଲୋକଙ୍କ ଠିକଣା ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆହୁରି ମଧ୍ୟ ଝଜ୍ଜରରେ ଗ୍ୟାଙ୍ଗଷ୍ଟର ନରେଶ ସେଠୀ ଠିକଣା ଉପରେ ମଧ୍ୟ ରେଡ୍ ହୋଇଛି। ସକାଳ ୪ ଟାରେ ଏନଆାଇଏ ଟିମ୍ ସ୍ଥାନୀୟ ପୋଲିସ୍ ସହାୟତାରେ ରେଡ୍ କରିଥିଲା। ସେଠୀର ଅବୈଧ ସମ୍ପତ୍ତି ଏବଂ ବ୍ୟାଙ୍କ ତଥ୍ୟ ଯାଞ୍ଚ କରାଯାଉଛି। ହତ୍ୟା, ଦାଦାବଟି, ଭଳି ଅନେକ ସଙ୍ଗୀନ ମାମଲାରେ ସାମିଲ ରହିଛି ଗ୍ୟାଙ୍ଗଷ୍ଟାର ସେଠୀ। ବର୍ତ୍ତମାନ ସେ ତିହାର ଜେଲ୍ରେ ସଜା କାଟୁଛି। ସହିପରି ଭଟିଣ୍ଡାରେ ଜଣ୍ଡିଆ ଗାଁରେ ଜଗ୍ଗା ଜଣ୍ଡିଆ ଘରେ ମଧ୍ୟ ରେଡ୍ କରାଯାଉଛି।

 

Show More

Related Articles

Back to top button