ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

କୋଟିଏରୁ ଅଧିକ ଟଙ୍କାର ଜବତ ହେଲା ବ୍ରାଉନ୍‌ ସୁଗାର, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୧ କେଜି ୬୦ ଗ୍ରାମର ବ୍ରାଉନ୍‌ ସୁଗାର ଜବତ କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି- ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ପୁଲିସ୍ ଲେନ୍ ପିଡବ୍ଲ୍ୟୁଡି କଲୋନୀର ଏସ୍‌କେ ରାଜୁ ଓ ଖପରପଡ଼ାର ଆମଜଦ ଖାନ। ଗୁଇନ୍ଦା ସୂଚନା ଆଧାରରେ ସୋମବାର ବାଲେଶ୍ୱର ପୁଲିସ୍ ସହିତ ମିଳିତ ଭାବେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ବାଲେଶ୍ୱର ରେଳ ଷ୍ଟେସନ ନିକଟରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହିତ ବ୍ରାଉନ୍‌ ସୁଗାର ଜବତ କରିଥିଲା। ଜବତ ବ୍ରାଉନ୍‌ ସୁଗାରର ଦାମ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନାମିଳିଛି। ଅଭିଯୁକ୍ତମାନଙ୍କ ଠାରୁ ଏକ ବାଇକ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ନିଶା କାରବାର ବିରୋଧରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତା’ର ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି। ୨୦୨୦ରୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୬୦ କେଜିରୁ ଅଧିକ ବ୍ରାଉନ୍‌ ସୁଗର ୨୦୨ ଗ୍ରାମ କୋକେନ୍‌, ୧୧୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରିଛି। ଏହି ସବୁ ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୧୬୨ ଜଣଙ୍କୁ ଗିରଫ କରିଛି।

Show More

Related Articles

Back to top button