ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

କେଦାରନାଥ ଯାଉଥିବା ହେଲିକପ୍ଟର ଦୁର୍ଘଟଣା ଘଟି ୬ଜଣଙ୍କ ମୃତ୍ୟୁ

ଡେରାଡୁନ: ଉତ୍ତରାଖଣ୍ଡରେ ବଡ ଧରଣର ଦୁର୍ଘଟଣା। କେଦାରନାଥ ଯାଉଥିବା ଏକ ହେଲିକପ୍ଟର କ୍ରାଶ୍ ହୋଇଛି। କେଦାରନାଥ ଠାରୁ ୯ କିଲୋମିିଟର ଦୂର ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଯାତ୍ରୀଙ୍କ ସମେତ ୨ଜଣ ପାଇଲଟ୍ ଅଛନ୍ତି। ବର୍ଷା ଓ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏନେଇ ଡିଜିସିଏ ସୂଚନା ଦେଇଛି। ଦୁର୍ଘଟଣା ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଏହି ଯାତ୍ରୀବାହୀ ହେଲିକପ୍ଟରଟି ଗୁପ୍ତକାଶୀରୁ ଉଡାଣ ଭରିଥିଲା। କେଦାରଘାଟି ଆଡକୁ ହେଲିକପ୍ଟରଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

Show More

Related Articles

Back to top button