ଜୀବନଚର୍ଯ୍ୟାସ୍ୱତନ୍ତ୍ର

ଲେମନ୍ ବାମ୍ ବ୍ୟବହାର କରି ଉଜ୍ଜ୍ୱଳ ରଖନ୍ତୁ ତ୍ୱଚା

ଗ୍ଲୋଇଙ୍ଗ୍ ତ୍ୱଚା କିଏ ବା ନଚାହେଁ । ଯଦି ଆପଣ ତ୍ୱଚାକୁ ଉଜ୍ଜ୍ୱଳ ରଖିବାକୁ ଚାହାଁାନ୍ତି,ତେବେ ଲେମନ୍ ବାମ୍ ବ୍ୟବହାର କରନ୍ତୁ । ଲେମନ୍ ବାମ୍ ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକେ ଲେମ୍ବୁ ବାମ ବିଷୟରେ ଜାଣନ୍ତି ନାହିଁ। କିନ୍ତୁ ଏହା ଅନେକ ଉପକାର କରିଥାଏ। ଆମ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ଲେମ୍ବୁ ବାମ ବ୍ୟବହୃତ ହୁଏ।

ଲେମନ୍ ବାମରେ ଏକ ଲେମ୍ବୁ ପରି ସୁଗନ୍ଧ ରହିଛି ଏବଂ ଏହାର ବୈଜ୍ଞାନିକ ନାଁ ହେଉଛି ମେଲିସା ଅଫିସିନାଲିସ୍। ଏହାର ପତ୍ରର ରଙ୍ଗ ହଳଦିଆ କିମ୍ବା ଗାଢ ସବୁଜ। ଏଠାରେ ଆମେ ଆପଣଙ୍କୁ କହିବୁ ଲେମ୍ବୁ ବାମ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ।

ଆଣ୍ଟି ଏକନେ ବା ବ୍ରଣକୁ ଦୂର କରେ ଲେମନ ବାମ.
ଏହାର ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଇନଫ୍ଲାମେଟରୀ ଗୁଣ ଆମ ତ୍ୱଚାର ରେଡନେସ ଏବଂ ଫୁଲାକୁ ହ୍ରାସ କରିବାରେ ସାହାଯ୍ୟ କରେ। ଲେମନ ବାମର କୁଲିଂ ଇଫେକ୍ଟ ବ୍ରଣ ଥିବା ତ୍ୱତାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ବିଶେଷ କଥା ହେଉଛି ଏହା ଆପଣଙ୍କ ତ୍ୱଚାକୁ ଉଭୟ ଭିତର ଏବଂ ବାହାରେ ସୁସ୍ଥ ରଖିଥାଏ। ଯଦି ଆପଣଙ୍କର ତେଲିଆ ତ୍ୱଚା ଅଛି, ତେବେ ଆପଣ ଆପଣଙ୍କର ତ୍ୱଚାର ଯତ୍ନ ନେବା ସମୟରେ ଲେମନ ବାମ ବ୍ୟବହାର କରନ୍ତୁ।

ଡିପ୍ କ୍ଲିନଜର.
ଲେମନ ବାମର ଅନେକ ଉପକାର ଗୁଣ ରହିଛି। ଏହା ତ୍ୱଚାର ରୋମ ଛିଦ୍ରକୁ ସଫା କରିବା ସହିତ, ବ୍ଲାକ୍ ହେଡ୍ ଏବଂ ହ୍ୱାଇଟହେଡରୁ ମୁକ୍ତି ପାଇବାରେ ସାହାଯ୍ୟ କାରେ। ଏହା ଆମ ଚେହେରାରେ ଏକ ଡିପ୍ କ୍ଲିନଜର ଭାବରେ କାମ କରେ।

ଆଣ୍ଟି ଏଜିଂ.
ଲେମନ ବାମରେ ଆଣ୍ଟି-ଏଜିଂ ଗୁଣ ମଧ୍ୟ ମିଳିଥାଏ। ଏହା ଚର୍ମକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରେ। ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିବା ଏବଂ କଳା ଦାଗକୁ ଦୂର କରିବା ପାଇଁ ଲେମନ ବାମ୍ ଉପଯୁକ୍ତ। ଏହାକୁ ବ୍ୟବହାର କରି ଆପଣଙ୍କ ତ୍ୱଚା ମଧ୍ୟ ଏକ ପ୍ରାକୃତିକ ଚମକ ପାଇବ।

ସନସ୍କ୍ରିନ.
ଲେମନ ବାମରେ କ୍ୟାଫିକ୍ ଏବଂ ରୋଜମାରିନିକ୍ ଏସିଡ୍ ଥାଏ। ତେଣୁ ଏହାକୁ ସନସ୍କ୍ରିନ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ। ଲେମନ ବାମ୍ ଆମ ତ୍ୱଚାରୁ UV କିରଣ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାରୁ ରକ୍ଷା କରିଥାଏ।

 

Show More

Related Articles

Back to top button