Breaking PLUSଓଡ଼ିଶାମୁଖ୍ୟ ଖବର

ଘରେ ରହି ପରିବାର ସହ ପାଳନ କରନ୍ତୁ ଜିରୋ ନାଇଟ ସେଲିବ୍ରେସନ- ନିରଞ୍ଜନ ମିଶ୍ର

ଭୁବନେଶ୍ୱର, 30 ଡିସେମ୍ବର – ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି । ଜିରୋ ନାଇଟ ଆମ ପରମ୍ପରା ନୁହେଁ । ଘରେ ପାଳନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ ରହୁଛି, ବାହାରକୁ ନ ଯାଇ ଘରେ ଜିରୋ ନାଇଟ ପାଳନ କରନ୍ତୁ । ମାସ୍କ ପିନ୍ଧନ୍ତୁ. ଯାହା ଦ୍ୱାରା କୋଭିଡ ବାହକ ହେବେନି । ମାସ୍କ ପିନ୍ଧିବା ଭଲ ଅଭ୍ୟାସ । କୋମରଭିଡ଼ିଟି ଓ ଲକ୍ଷଣ ଥିବା ଲୋକ ମାସ୍କ ପିନ୍ଧନ୍ତୁ । ଆଜି ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ସୁସ୍ଥ ହୋଇଛନ୍ତି । ବର୍ତମାନ ରାଜ୍ୟରେ ସମୁଦାୟ 13 ଆକ୍ଟିଭ କେଶ ଅଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ ରହିଛି ପ୍ରସ୍ତୁତ ରହିବାକୁ । କେମିତି ପ୍ରସ୍ତୁତ ରହିବେ, ସେଥିପାଇଁ SOP ଜାରି ହୋଇଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Show More

Related Articles

Back to top button