Breaking PLUSଓଡ଼ିଶାମୁଖ୍ୟ ଖବର

ମୂର୍ତ୍ତି ଉଚ୍ଚତା ବିବାଦ : ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ

ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ ।  ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଥିରେ ପୂର୍ବପରି ମୂର୍ତ୍ତିର ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡ଼ିଥିଲା ବାଲୁ ବଜାର ପୂଜା କମିଟି ।

ଏସଆରସି ପ୍ରଦୀପ କୁମାର ଜେନାଙ୍କ ବିଜ୍ଞପ୍ତି ଅନୁସାରେ, ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରହିବାକୁ ଥିବା ବେଳେ ମଣ୍ଡପ ୩ ପଟୁ ପରଦାରେ ଆବଦ୍ଧ ରହିବ । ଭକ୍ତ ମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ । କେବଳ ନୀତିକାନ୍ତିରେ ପୂଜା ଶେଷ ହେବ ବୋଲି କଟକଣା ରହିଥିଲା । ଆଉ ଏଭଳି କଟକଣା ବିରୋଧରେ କଟକର ବିଭିନ୍ନ ପୂଜା କମିଟି ପ୍ରତିବାଦ କରିଥିଲେ । ବର୍ଷାରେ ଓଦା ହୋଇ ମୂର୍ତ୍ତି କଟକଣାକୁ ହଟାଇବାକୁ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଥିଲେ । ଏପରିକି ପରବର୍ତ୍ତୀ ସମୟରେ ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କ ସହ ସରକାର ଏହି ମୂର୍ତ୍ତି ବିବାଦକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।

Show More

Related Articles

Back to top button