ଓଡ଼ିଶାମୁଖ୍ୟ ଖବର

ପ୍ରେମିକା ସହ ସ୍ୱିଗି ବୟଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ୍

ସ୍ୱିଗି ବୟ ଙ୍କ ଅପହରଣର ହାଇଡ୍ରାମାରେ ପଡ଼ିଲା ଯବନିକା । ନିଜେ ନିଜକୁ କିଡନାପ୍ କରିଥିବା ପତିତପାବନ ପୃଷ୍ଟି ଓ ତାଙ୍କର ପ୍ରେମିକାକୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ମଧ୍ୟପ୍ରଦେଶର କଟନୀ ଷ୍ଟେସନରୁ ଦୁଇ ଜଣକୁ ଠାବ କରାଯାଇଥିଲା । ଏହାପରେ ଗୋଟିଏ ପୋଲିସ ଟିମ୍ ସେଠାରୁ ଦୁହିଁଙ୍କୁ ଭୁବନେଶ୍ୱର ଆଣିଛି । ଧଉଳି ଥାନାରେ ସେମାନଙ୍କୁ ପଚରାଉଚରା ଚାଲିଛି ।

ଗର୍ଲଫ୍ରେଣ୍ଡ ସହ ଚମ୍ପଟ ମାରିବାକୁ ପତିତପାବନ ରଚିଥିଲା ନିଜ ଅପହରଣ ନାଟକ । ଗତ ଶନିବାର ଦିନ କେହି ଦୁର୍ବୃତ୍ତ ତାକୁ ଛୁରାରେ ଆକ୍ରମଣ କରି ଡାଲା ଅଟୋରେ ପକାଇ ନେଇ ଯାଉଥିବା କହି ସ୍ତ୍ରୀଙ୍କ ପାଖକୁ ପଠାଇଥିଲେ ଭଏସ୍ ମେସେଜ୍ । ଏହାପରେ ତାଙ୍କ ପତ୍ନୀ ଅପହରଣ ଅଭିଯୋଗ କରି ପୋଲିସର ଦ୍ୱାରସ୍ଥ ହୋଇଥିଲେ ।ଟ୍ରେନରେ ଗର୍ଲଫ୍ରେଣ୍ଡକୁ ଧରି ପତିତପାବନ ଓଡ଼ିଶାରୁ ଦିଲ୍ଲୀ ଫେରାର ହୋଇଯାଉଥିଲା । ରବିବାର ଦିନ ପୁରୀ ଜିଲ୍ଲାର ଜଣେ ଯୁବତୀ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଖୋଳତାଡ ବେଳେ ପୋଲିସକୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ସୁରାକ ।

ସେନେଇ, ଅନ୍ୟ ଜଣେ ଯୁବତୀଙ୍କୁ ପତିତପାବନ ଭଲ ପାଉଥିଲେ ଓ ତାଙ୍କ ସହ ଫେରାର୍ ହୋଇଥିବା ସନ୍ଦେହ ସୃଷ୍ଟି ହେଲା । ରେଳବାଇ ପୋଲିସ ସହାୟତାରେ କଟନୀ ଷ୍ଟେସନରୁ ଦୁହିଁଙ୍କୁ ଧରିବା ସହିତ ଫେକ୍ କିଡନାପ୍ ନାଟକର ପର୍ଦ୍ଦାଫାସ କରିଥିଲା କମିଶନରେଟ ପୋଲିସ ।

Show More

Related Articles

Back to top button