ଓଡ଼ିଶାମୁଖ୍ୟ ଖବର

ଛତିଶଗଡ ପାଇଁ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ!

ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ବିଭିନ୍ନ ନଦୀରେ ଜଳସ୍ତର ବଢିବା ସହିତ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି । ଏହି ନଦୀ ମାନଙ୍କ ମଧ୍ୟରେ ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ସୂବର୍ଣ୍ଣରେଖା ଆଦି ନଦୀର ଜଳସ୍ତର ବଢୁଛି । ସୁବର୍ଣ୍ଣରେଖା ରାଜଘାଟଠାରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର । ତେବେ ମହନଦୀରେ ସକାଳ ୬ଟା ସୁଦ୍ଧା ଜଳସ୍ତର କମିଥିବା ଜଣାପଡ଼ିଛି । ମହାନଦୀର ନରାଜଠାରେ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର । ମୁଣ୍ଡୁଳୀ ଦେଇ ଗତି କରିବ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ । ଅନୁମାନ କରାଯାଉଛି ଏହା ଅଧିକ କ୍ଷୟକ୍ଷତି କରିବ ନାହିଁ ।  ହୀରାକୁଦ ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ଏବେ ୨୪ଟି ଗେଟ ଖୋଲା ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ୪ ଲକ୍ଷ ୯୧ ହଜାର ୨୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୧ ହଜାର ୩୪୮ କ୍ୟୁସେକ୍ ଜଳ ନିଷ୍କାସିତ ।

ବନ୍ୟା ପରିସ୍ଥିତି ହୋଇନଥିଲେ ମଧ୍ୟ କୁଶଭଦ୍ରା ନଦୀ ଶଯ୍ୟାରେ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି । ଶିଶୁମଠରୁ ସାହେବନଗରକୁ ସଂଯୋଗ କରୁଥିବା ରାସ୍ତାଟି ପୂରା ଧୋଇଯାଇଛି । ତେଣୁ ଆଜି ସାହେବନଗର, ମହୁଖଣ୍ଡା, ନୂଆସାହି ଓ କୋଳଥପିଠା ପ୍ରଭୃତି ଅଞ୍ଚଳର ଲୋକେ ବାଲିପାଟଣାକୁ ଆସିବା ପାଇଁ କାକରୁଦ୍ରପୁର ବ୍ରିଜ୍‌ ଦେଇ ବୁଲିଛନ୍ତି । ଶିଶୁମଠ ଠାରେ ନଦୀରେ ପୋଲ ନିର୍ମାଣ ସରିଥିଲେ ବି ସଂଯୋଗ ରାସ୍ତା ସରିନଥିବାରୁ ଲୋକେ ଆଜି ଯାତାୟାତ ପାଇଁ ସମସ୍ୟାରେ ପଡ଼ିଥିଲେ ।

Show More

Related Articles

Back to top button