ଓଡ଼ିଶାବ୍ୟକ୍ତିତ୍ୱଶିକ୍ଷାସ୍ୱତନ୍ତ୍ର

ପୁରୀରେ ଉଦଘାଟିତ୍ ହେଲା ଶ୍ରା ଜଗନ୍ନାଥ ମେଡିକାଲ କଲେଜ

ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ପୁରୀରେ ଉଦଘାଟିତ୍ ହେଲା ଶ୍ରା ଜଗନ୍ନାଥ ମେଡିକାଲ କଲେଜ । ଏହି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ମେଡିକାଲ୍ କଲେଜ୍ କ୍ୟାମ୍ପସରେ ଅବତରଣ କରି ଆୟୋଜିତ ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମେଡିକାଲ କଲେଜ ଉଦଘାଟନ ହେବା ସହ ପୁରୀବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି । ଉଭୟ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ପରିଶ୍ରମରୁ ଏହି ଅନୁଷ୍ଠାନ ପୁରୀବାସୀଙ୍କ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବ । ଗରିବ ବର୍ଗରେ କେତେକ ଛାତ୍ରଛାତ୍ରୀ ଏଠାରେ ନାମଲେଖାଇବାକୁ ସକ୍ଷମ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ୧୫ ପ୍ରତିଶତ ସଂରକ୍ଷଣ ନୀତି ଯୋଗୁଁ ସରକାରୀ ସ୍କୁଲର କେତେକ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ସକ୍ଷମ ହୋଇଛନ୍ତି । ଏହି ମେଡିକାଲ କଲେଜ ସ୍ଥାପନ କରିବାକୁ ସହାୟତା କରିଥିବାରୁ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଦ୍ବାରା ଓଡ଼ିଶାରେ ସ୍ବାସ୍ଥ୍ୟସେବା ଆହୁରି ସୁଦୃଢ ହୋଇପାରିବ ବୋଲି ସେ କହିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ ।ପ୍ରଥମ ବ୍ୟାଚରେ ମେଡିକାଲ କଲେଜର କ୍ଷମତା ମୁତାବକ ୭୦ ଛାତ୍ର ଓ ୩୦ ଛାତ୍ରୀଙ୍କୁ ମିଶାଇ ୧୦୦ ଜଣ ନାମ ଲେଖାଇଛନ୍ତି । ଶିକ୍ଷାଦାନ ଲାଗି ୧୫୦ ପ୍ରଫେସର, ରିଡର ଓ ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କଲେଜରେ ୪୫୦ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ୫ମହଲା ବିଶିଷ୍ଟ ଏକ ହଷ୍ଟେଲର ନିର୍ମାଣ ହୋଇଛି। କଲେଜର ନୂଆ କୋଠା ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ମେଲିକାଲ କଲେଜ ହସ୍ପିଟାଲ୍ ନିର୍ମାଣ କରାଯାଉଛି।

ଏହି କଲେଜରେ ପାଞ୍ଚତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଛି । ସମସ୍ତ ଆବଶ୍ୟକତା ପୂରଣ ନିମନ୍ତେ ବିଦ୍ୟାର୍ଥୀମାନଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ଥୁତ ହୋଇଛି । ବର୍ତ୍ତମାନ ମେଡିକାଲରେ ୨୧ ଟି ବିଭାଗର ପାଠ୍ୟକ୍ରମ ରହିଥିବାବେଳେ ୧୫୦ ଜଣ ପ୍ରଫେସରଙ୍କ ସମେତ ବିଶେଷଜ୍ଞ ଏବଂ ସହକାରୀ ପ୍ରଫେସର ଯୋଗ ଦେଇ ସାରିଲେଣି ।  ସେହିପରି ୧୫୦ ଛାତ୍ରୀ ଓ ୩୦୦ ଛାତ୍ରଙ୍କ ନିମନ୍ତେ ପ୍ରଶାସନିକ ଭବନ , କ୍ୟାଣ୍ଟିନ୍,ଲ୍ୟାବ୍,କ୍ଲାସରୁମ୍ ନିର୍ମାଣ ହୋଇଛି ।

Show More

Related Articles

Back to top button