Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଏପ୍ରିଲ ୧୪ରୁ ୧୭ ବନ୍ଦ ରହିବ ବ୍ୟାଙ୍କ

ଏପ୍ରିଲ ମାସରେ ଲଗାତର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌।

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଲଗାତର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌। ବ୍ୟାଙ୍କ୍‌ ସେବା ବନ୍ଦ ରହିବା ଯୋଗୁଁ ଆପଣଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇପାରେ। ଏହି କାରଣରୁ ଏପ୍ରିଲ୍‌ ୧୪ ତାରିଖ ପୂର୍ବରୁ ନିଜର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସବୁ ସାରିଦିଅନ୍ତୁ। ସୂଚନା ଅନୁସାରେ ଏପ୍ରିଲ୍‌ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ୍‌ ବନ୍ଦ ରହିବ।ଏହି ‌ଛୁଟି ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ହୋଇଛି। ଏପ୍ରିଲ୍‌ ୧୪ ତାରିଖରେ ଆମ୍ବେଦକର ଜୟନ୍ତୀ ହୋଇଥିବାରୁ ଏହା ଏକ ଜାତୀୟ ଛୁଟି। ଏପ୍ରିଲ୍‌ ୧୫ ତାରିଖ ହେଉଛି ଗୁଡ୍‌ ଫ୍ରାଇଡେ। ଏପ୍ରିଲ୍‌ ୧୬ ତାରିଖ ହେଉଛି ମାସର ତୃତୀୟ ଶନିବାର। ଯେହେତୁ ତୃତୀୟ ଶନିବାରରେ ବ୍ୟାଙ୍କ୍‌ ବନ୍ଦ ରହେନାହିଁ, ଏହି ଦିନ ଆସାମର ପ୍ରସିଦ୍ଧ ବିହୁ ପର୍ବ ପଡୁଥିବାରୁ ଏପ୍ରିଲ୍‌ ୧୬ରେ ବି ବ୍ୟାଙ୍କ୍‌ ବନ୍ଦ୍‌ ରହିବ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ଏପ୍ରିଲ୍‌ ୧୭ ତାରିଖ ପଡୁଛି ରବିବାର। ରବିବାର ଏମିତିରେ ବି ସମସ୍ତ ବ୍ୟାଙ୍କ୍‌ ବନ୍ଦ ରହିଥାଏ। ଖାଲି ସେତିକି ନୁହଁ, ସୂଚନା ମିଳିଛି ଯେ ସପ୍ତାହିକ ଛୁଟିକୁ ମିଶାଇ ଏପ୍ରିଲ୍‌ ମାସରେ ସମୁଦାୟ ୧୫ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ।

Show More

Related Articles

Back to top button