Breaking PLUSଓଡ଼ିଶାମୁଖ୍ୟ ଖବର

ଖରାରେ ଶ୍ରମିକଙ୍କୁ କାମ କରାଇବା ମନା

ଭୁବନେଶ୍ବର – ଖରାରେ ଶ୍ରମିକଙ୍କୁ କାମ କରାଇବା ମନା । ଖରାରେ କାମ କରାଇଲେ ମିଳିବ ଦଣ୍ଡ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଖରାରେ କାମ କରାଇବାକୁ କଡାକଡି ଭାବେ ବାରଣ କରାଯାଇଛି । ଏନେଇ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏଥିରେ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରେ କାମ କରାଇବାକୁ ମନା କରାଯାଇଛି । କିଛି ଜିଲାରେ ଏବେ ବି ଖରାରେ ଶ୍ରମିକଙ୍କୁ କାମ କରାଉଥିବା ଦେଖିବାକୁ ମିଳିବା ପରେ ଏମିତି ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅବମାନନା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button