ସ୍ୱାସ୍ଥ୍ୟ

ପିଆଜ ଷଣ୍ଢାରେ ରହିଛି କ୍ୟାନ୍ସର ଭଳି ମାରାତ୍ମକ ରୋଗର ପ୍ରତିରୋଧକ ଗୁଣ

ସାମିଲ କରନ୍ତୁ ନିଜ ଖାଦ୍ୟରେ-

ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ l ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ l ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ l ଏହା ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ କିନ୍ତୁ ଆପଣ ହୁଏତ ଜାଣି ନଥିବେ ଏହା ସ୍ଵାଦରେ ଭରପୁର ହେବ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ହିତକର ଅଟେ l ପିଆଜ ଷଣ୍ଢାର ପତ୍ର ଗୁଡିକ ପୋଷକତତ୍ୱରେ ଭରପୁର ଅଟେ l ଆସନ୍ତୁ ଜାଣିବା କଣ ରହିଛି ପିଆଜ ଷଣ୍ଢାରେ l

* ପିଆଜ ଷଣ୍ଢା ମୁଖର ଦୁର୍ଗନ୍ଧକୁ ଦୂର କରିଥାଏ l କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ପାଟିରୁ ଗନ୍ଧ ବାହାରିଥାଏ l କୋଷ୍ଠକାଠିନ୍ୟ ସମସ୍ୟା ଓ ଏସିଡ଼ିଟି ଇତ୍ୟାଦିରୁ ପିଆଜ ଷଣ୍ଢା ଆରମ୍ଭ ଦେଇଥାଏ l ଯଦି ଆପଣଙ୍କ ପେଟରେ ଗ୍ୟାସ କାରଣରୁ ପୋଡା ହେଉଛି ତେବେ ପିଆଜ ଷଣ୍ଢାକୁ ସାଲାଡ଼ ପ୍ରସ୍ତୁତ କରି ଖାଆନ୍ତୁ l ଏହା ଗ୍ୟାସ ଏସିଡ଼ିଟି ସମସ୍ୟାକୁ ଦୂର କରିବ l

* କ୍ୟାନ୍ସରର ବିପଦକୁ ଦୂର କରିଥାଏ ,କାରଣ ପିଆଜ ଷଣ୍ଢାରେ ଭରପୁର ମାତ୍ରାରେ ସଲଫର ରହିଛି l ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ l ଏଥିରେ ଏଲୀଲ ସଲଫାଇଟ ଓ ଫ୍ଲେବନଏଡ ଯୌଗିକ ରହିଛି ,ଯାହା କ୍ୟାନ୍ସର ପ୍ରତିରୋଧକ ଅଟେ l

* ପିଆଜ ଷଣ୍ଢାରେ ରହିଥିବା ସଲଫର ଆପଣଙ୍କ ରକ୍ତଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ସଲଫର କାରଣରୁ ଶରୀରରେ ଇନ୍ସୁଲିନ ମାତ୍ରା ନିୟନ୍ତ୍ରିତ ରହିଥାଏ ,ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

* ପିଆଜ ଷଣ୍ଢାରେ ଭରପୁର ମାତ୍ରାରେ ଫାଇବର ରହିଛି ,ଯାହା ପାଚନ ତନ୍ତ୍ରକୁ ଉନ୍ନତ କରିବାରେ ସାହାଯ୍ୟ କରେ l ଆପଣ ଏହାକୁ କୌଣସି ପ୍ରକାରେ ନିଜ ଖାଦ୍ୟରେ ବ୍ୟବହାର କରି ପାରିବେ l

Show More

Related Articles

Back to top button