ସ୍ୱାସ୍ଥ୍ୟ

ଆମ୍ବଡା ଗଛରେ ଚିକିତ୍ସା

ଜାଣନ୍ତୁ କେଉଁ ରୋଗ ପାଇଁ ଉପଶମ

ଆମ୍ବଡା ଗଛ ଖୁବ କମ ମାତ୍ରାରେ ଦେଖିବାକୁ ମିଳିଥାଏ l ଏହାର ଫଳକୁ ସାଧାରଣତଃ ଆଚାର ଭାବରେ ବ୍ୟବହାର କରାଯାଇଥାଏ l ଏହି ଫଳ ଦେଖିବାକୁ ଆମ୍ବ ଆକୃତିର କିନ୍ତୁ ଆମ୍ଭଠାରୁ ଛୋଟ ଅଟେ l ଆମ୍ବଡା ସ୍ଵାଦରେ ଖଟା ହୋଇଥିଲେ ମଧ୍ୟ ଏହାକୁ ଜଡିବୁଟି ଭାବରେ ଅନେକ ରୋଗପାଇଁ ବ୍ୟବହାର କରାଯାଇଥାଏ l

* ପିତ ବାନ୍ତି -ଅଧିକାଂଶ ସମୟ ପିତ ବାନ୍ତି ହେବାର ଦେଖା ଦେଇଥାଏ l କେହି କେହି କହିଥାନ୍ତି ପେଟ ଖାଲି ଯୋଗୁ ଓ ଆଉ କେହି କହିଥାନ୍ତି ଏସିଡ଼ିଟି କାରଣରୁ ପିତ ବାନ୍ତି ହୁଏ l ଯେକୌଣସି କାରଣରୁ ପୀତବାନ୍ତି ହୋଇଥିଲେ ମଧ୍ୟ ଆପଣ ଆମ୍ବଡା ଗଛର ଛେଲିକୁ ଶୁଖାଇ ନିଅନ୍ତୁ l ତାପରେ ଏଥିରୁ ପ୍ରତେକ ଦିନ ରାତିରେ ପାଞ୍ଚ ଗ୍ରାମ ମାତ୍ରାରେ ନେଇ ପାଣିରେ ବତୁରାନ୍ତୁ l ତାପରେ ତାହାକୁ ସକାଳୁ ଛାଣି ଖାଲି ପେଟରୁ ପିଅନ୍ତୁ ବାନ୍ତି ବନ୍ଦ ହୋଇଯିବ l

* ସୁନ୍ଦର ତ୍ୱଚାପାଇଁ -ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଆମ୍ବଡା ଗଛର ଛେଲି ବ୍ୟବହାର କରାଯାଇଥାଏ l ଆମ୍ବଡା ଗଛ ଛେଲିର ରସ ୫ ମିଲି ମାତ୍ରାରେ ନିୟମିତ ଭାବରେ କିଛିଦିନ ପିଇଲେ ତ୍ୱଚାର ଉଜ୍ୱଳତା ବଢି ଯାଇଥାଏ l ଏହି ରସକୁ ମିଶିରୀ ସର୍ବତରେ ମିଶାଇ ପିଇ ପାରିବେ l

* ଆର୍ଜିନ ରୋଗ -ଆମ୍ବଡା ରସ ୧୦ ଗ୍ରାମକୁ ଏକ ଗ୍ଲାସ ମିଶିରୀ ପାଣିରେ ମିଶାଇ ଦିନକୁ ଦୁଇ ବା ତିନିଥର ପିଇଲେ ଆର୍ଜିନ ଦୋଷ ଦୂର ହେବ l

* ଶରୀର ଜ୍ୱଳନ -ଆମ୍ବଡା ଗଛର ଛେଲିର ରସକୁ ଶରୀରରେ ମାଲିସ କରି ଏକ ଘଣ୍ଟା ପରେ ସାନ୍ନ କରିବା ଦ୍ୱାରା ଶରୀରର ଜ୍ୱଳନ କମି ଯାଇଥାଏ l

Show More

Related Articles

Back to top button