ବାଣିଜ୍ୟ

ସ୍ପ୍ଲିଟ୍ ଏସି ନା ୱିଣ୍ଡୋ! ସବୁଠୁ ଭଲ କେଉଁଟି ?

ଆସନ୍ତୁ ଜାଣିବା

ଅସମ୍ଭାଳ ଗ୍ରୀଷ୍ମ ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଏଥିରେ ଲୋକେ ଗରମରୁ ଟିକେ ଆଶ୍ୱସ୍ତି ଲାଗି ଘରେ ଏୟାର କଣ୍ଡିସନର(ଏସି) ଲଗାଇବାକୁ ବଜାର ମୁହାଁଉଛନ୍ତି। ଏସି ବଜାର ଆଉ ଆଗଭଳି ନାହିଁ। ଏବେ ବଜାରରେ ସ୍ପ୍ଲିଟ୍ ଓ ୱଇଣ୍ଡୋ ୨ ପ୍ରକାର ଏସି ମିଳୁଥିବା ବେଳେ ଲୋକେ କନଫ୍ୟୁଜ୍ ହେଉଛନ୍ତି। ତେବେ ଏଥିରୁ କେଉଁଟି ସେମାନଙ୍କ ଲାଗି ଉତ୍ତମ ଆସନ୍ତୁ ଜାଣିବା। ଉଭୟ ଏସି ରୁମକୁ ଶିତଳ କରିବେ ଏଣୁ ଉଭୟରେ ଭଲ ଥିବା ବେଳେ ମନ୍ଦ ବି ରହିଛି। ତେବେ ଯେଉଁମାନେ ନୂଆ କରି ଏସି କିଣିବାକୁ ଯାଉଛନ୍ତି ସେମାନେ ଏଥିରୁ କେଉଁଟି ବାଛିବେ ତାହାହିଁ ସେମାନଙ୍କ ଲାଗି ସମସ୍ୟା ପାଲଟୁଛି। ତେବେ ଉଭୟ ଏୟାର କଣ୍ଡିସନର କ୍ରୟରେ ମୂଲ୍ୟର ସବୁଠୁ ବଡ ଭୂମିକା ରହୁଛି। ଏଥିରେ ୱିଣ୍ଡୋ ଏସିର ମୂଲ୍ୟ କମ ରହୁଥିବା ବେଳେ ସ୍ପ୍ଲିଟ୍ ଏସିର ମୂଲ୍ୟ ଅଧିକ ରହୁଛି।

ଯଦି ବଜେଟ୍ କମ ଥାଏ ତେବେ ୱିଣ୍ଡୋ ହିଁ ବାଛନ୍ତୁ। ଯଦି ବଜେଟ୍ ଅଧିକ ଅଛି ଓ ଘରେ ଭଙ୍ଗାରୁଜା କମ କରିବାକୁ ଚାହାନ୍ତି ତେବେ ସ୍ପ୍ଲିଟ୍ ବାଛି ପାରନ୍ତି। ୱିଣ୍ଡୋ ଏସି ଲାଗି ଘରେ ଅଧିକ ସ୍ଥାନର ଆବଶ୍ୟକତା ଥାଏ। ସେହି ଅନୁସାରେ ଦେଖିଲେ ସ୍ପ୍ଲିଟ୍ ଲାଗି ସେପରି କୌଣସି ସମସ୍ୟା ନଥାଏ। ସେହିପରି ବିଦ୍ୟୁତ ଖର୍ଚ୍ଚ କଥା ଉଠିଲେ ଉଭୟ ଏୟାର କଣ୍ଡିସନର ପାଇଁ ବିଦ୍ୟୁତ ଖର୍ଚ୍ଚ ପ୍ରାୟ ସମାନ ହୋଇଥାଏ। ତେବେ ବିଦ୍ୟୁତ ଖର୍ଚ୍ଚ କେତେମାତ୍ରାରେ ହେବ ଏହା ଏସିର ଷ୍ଟାର ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। ୱାନ ଷ୍ଟାର ଏସିରେ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା ବେଳେ ଫାଇଭ ଷ୍ଟାର ଏସିରେ କମ୍ବିଜୁଳି ବିଲ ଆସିବ। ସେହି ପରି ୱିଣ୍ଡୋ ଏସି ଶବ୍ଦ ପ୍ରଦୂଷଣ କରିବାର ସମ୍ଭାବନା ଅଧିକ ଥାଏ। କାରଣ ଏଥିରେ ବ୍ଲୋର ଓ କମ୍ପ୍ରେସର ଗୋଟିଏ ୟୁନିଟରେ ଥାଏ। ହେଲେ ସ୍ପ୍ଲିଟ୍‌ରେ ସେପରି ନୁହେଁ ଏହାର ଅନ୍ୟ ୟୁନିଟ ଥିବାରୁ ଶବ୍ଦ ସମସ୍ୟା ନଥାଏ। କୁଲିଂ କ୍ଷମତା ଏସିର ଟନେଜ ଉପରେ ନିର୍ଭର କରେ। ସ୍ପ୍ଲିଟ୍ ଏସି କାନ୍ଥର ଉପରି ଭାଗରେ ଲଗାଯାଉଥିବା ବେଳେ ଅଧିକ ଅଞ୍ଚଳକୁ ଥଣ୍ଡା କରିବା ଲାଗି ଏହାକୁ ବିଶେଷ ପ୍ରସ୍ତୁତ କରାଯାଇଛି। ଏଣୁ ସ୍ପ୍ଲିଟ୍‌ରେ ଅଧିକ ଥଣ୍ଡା ମିଳିବା ନିଶ୍ଟିତ।

Show More

Related Articles

Back to top button