ଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଆଇସିସି ଚେୟାରମ୍ୟାନ ହୋଇପାରନ୍ତି ସୌରଭ ଗାଙ୍ଗୁଲି

ଆଇସିସି ଚେୟାରମ୍ୟାନ ହୋଇପାରନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏନେଇ ସମ୍ଭାବନା ସୃଷ୍ଟି ହୋଇଛି। ଯଦି ଗାଙ୍ଗୁଲି ଏଥିପାଇଁ ଆବଶ୍ୟକ ମତ ହାସଲ କରି ନିଅନ୍ତି ତାହାହେଲେ ଆଇସିସି ଚେୟାରମ୍ୟାନ ହେବା ପକ୍କା । ତେବେ ଆଇସିସି ଅଧିକାରୀମାନେ ଗାଙ୍ଗୁଲିଙ୍କୁ ଏଥିନେଇ ସମର୍ଥନ କରୁଛନ୍ତି ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି ।

ଗାଙ୍ଗୁଲି ସଭାପତି ପଦ ଛାଡିଲେ ଜୟ ଶାହ ଏହି ଦାୟିତ୍ୱ ତୁଲାଇବେ ଏବଂ ଅରୁଣ ଧୂମାଲ ସେକ୍ରେଟାରୀ ହେବ । ଆଇସିସିର ବର୍ତମାନ ଅଧ୍ୟକ୍ଷ ଗ୍ରେଗର ୱାର୍କଲଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବ । ଯଦି ସେ ତାଙ୍କ ଅବଧି ଶେଷ ହେବା ପୂର୍ବରୁ ପଦ ଛାଡିବେ ତାହା ହେଲେ ଆଇସିସିକୁ ନୂତନ ଚେୟାରମ୍ୟାନ ମିଳିବେ ।

ଗ୍ରେଗର କିନ୍ତୁ ଆଉ ୨ ବର୍ଷ ଏହି ପଦବୀରେ ରହିବା ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ କହିଛନ୍ତି ଯେ , ଯଦି ସମସ୍ତେ ଚାହିଁବେ ତାହାହେଲେ ଚେୟାରମ୍ୟାନ ପଦରେ ପୁନର୍ବାର ରହିବା ନେଇ ମୋର କୌଣସି ଅସୁବିଧା ହେବନି ।

 

 

Show More

Related Articles

Back to top button