Breaking PLUSଦେଶ ବିଦେଶମୁଖ୍ୟ ଖବର
ଲଭ୍ ଜିହାଦ ବିରୁଦ୍ଧରେ କର୍ଣ୍ଣାଟକରେ ଖୁବ ଶୀଘ୍ର ଆସିବ କଡା ଆଇନ୍
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରୁପ୍ପା ଗୁରୁବାର ଏକ ବଡ ବୟାନ ଜାରି କରି କହିଛନ୍ତି ଯେ କର୍ଣ୍ଣାଟକ ସରକାର ବିବାହ ପାଇଁ ହେଉଥିବା ଧର୍ମ ପରିବର୍ତ୍ତନ(ଲଭ୍ ଜିହାଦ)କୁ ରୋକିବା ପାଇଁ ଏକ କଡା ଆଇନ ଆଣିବା ନେଇ ଗୁରୁତ୍ୱର ସହ ବିଚାର କରୁଛନ୍ତି । ୟେଦୁରୁପ୍ପା ଏଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ କହିଛନ୍ତି, "କର୍ଣ୍ଣାଟକ ସର୍ବଦା ଲଭ୍ ଜିହାଦକୁ ଚିନ୍ତାର ବିଷୟ ବୋଲି ବିଚାର କରେ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରୁପ୍ପା ଗୁରୁବାର ଏକ ବଡ ବୟାନ ଜାରି କରି କହିଛନ୍ତି ଯେ କର୍ଣ୍ଣାଟକ ସରକାର ବିବାହ ପାଇଁ ହେଉଥିବା ଧର୍ମ ପରିବର୍ତ୍ତନ(ଲଭ୍ ଜିହାଦ)କୁ ରୋକିବା ପାଇଁ ଏକ କଡା ଆଇନ ଆଣିବା ନେଇ ଗୁରୁତ୍ୱର ସହ ବିଚାର କରୁଛନ୍ତି । ୟେଦୁରୁପ୍ପା ଏଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ କହିଛନ୍ତି, “କର୍ଣ୍ଣାଟକ ସର୍ବଦା ଲଭ୍ ଜିହାଦକୁ ଚିନ୍ତାର ବିଷୟ ବୋଲି ବିଚାର କରେ । “ସେ କହିଛନ୍ତି ଯେ ରାଜ୍ୟରେ ଏହି ପ୍ରସଙ୍ଗ (ଲଭ୍ ଜିହାଦ) ସମ୍ପର୍କରେ ସେ ସମ୍ପୃକ୍ତ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ କଥା ହୋଇଛନ୍ତି ।
ସେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଶେଷଜ୍ଞ ଆମ ସହ ଏକମତ ହୋଇଛନ୍ତି ଯେ ବିବାହ ପାଇଁ ହେଉଥିବା ଧର୍ମ ପରିବର୍ତ୍ତନ ରୋକିବା ପାଇଁ ରାଜ୍ୟରେ କଠୋର ଆଇନ ଲାହୁ କରାଯାଉ ।